କୋରାପୁଟ: କୋରାପୁଟରେ ମାଲବାହୀ ଟ୍ରେନ ଯାଉଥିବା ସମୟରେ ଘଟିଛି ଅଘଟଣ । ରେଲୱେ ଟ୍ରାକରେ ଧସିଲା ପଥର । ଟ୍ରେନ ଚଳାଚଳ ପ୍ରଭାବିତ । କିରୁଣ୍ଡଲ-କୋତାବାଲସା ରେଳ ପଥର ତୟଡା ଓ ଚିରୁପାଲି ମଝିରେ ଏହି ଅଘଟଣ ଘଟିଛି । ତେବେ ଏହି ପଥର ରାତିରେ ଖସିଥିବା ଜଣା ପଡିଛି ।
ଆନ୍ଧ୍ର ପ୍ରଦେଶର ତୟଡ।।-ଚିରୁପାଲି ଧାରଣାରେ ବଡ ବଡ ପଥର ଖଣ୍ଡ ପଡିଛି । ପ୍ରଭାବରେ କିରଣ୍ଡଲ-ବିଶାଖାପାଟଣା ପାସେଞ୍ଜର ଟ୍ରେନ ବାତିଲ୍ କରାଯାଇଛି । ଏ ନେଇ ରବିବାର ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍ ପହଞ୍ଚି ରେଳ ଧାରଣାରୁ ପଥର ହଟାଇ କାମରେ ଜୁଟିଛନ୍ତି । ଅପରାହ୍ଣ ସୁଦ୍ଧା ଉକ୍ତ ରୁଟରେ ଟ୍ରେନ ଚଳାଚଳ ସ୍ୱାଭାବିକ ହେବ ବୋଲି କୁହାଯାଉଛି ।
ସୂଚନାଯୋଗ୍ୟ, କୋରାପୁଟରେ ଏହା ପୂର୍ବରୁ ମଧ୍ୟ ଅନେକ ଥର ପାହାଡରେ ଭୂସ୍ଖଳନ ଘଟି ପଥର ରେଳ ଧାରଣା ପଡିଛି । ଏଥିରେ ଟ୍ରେଣ ଚଳାଚଳ ବାଧାପ୍ରାପ୍ତ ହେଉଥିବାରୁ ଯାତ୍ରୀଙ୍କୁ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି ।
Also read:ରାଜ୍ୟରେ ବର୍ଷା ସମ୍ଭାବନା, ଅକ୍ଟୋବର ମାସରେ ହୋଇପାରେ ବାତ୍ୟା