ଭୁବନେଶ୍ୱର: ଆସନ୍ତା ୨୦ ତାରିଖ ସୋମବାର ଦୀପାବଳି ଉପଲକ୍ଷେ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ରହିବ । ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟ ଗୁଡ଼ିକ ବନ୍ଦ ରହିବ । ଉଭୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଅତିରିକ୍ତ ଛୁଟି ନେଇ ଘୋଷଣା କରାଯାଇଛି ।
ପୂର୍ବର ବିଭିନ୍ନ ପାଞ୍ଜି ଅନୁସାରେ ୨୧ ତାରିଖରେ ଦୀପାବଳି ପାଳନ ହେବାକୁ କୁହାଯାଇଥିବାରୁ ସରକାର ଉକ୍ତ ଦିନକୁ ଛୁଟି ଘୋଷଣା କରିଥିଲେ । ମାତ୍ର ଶ୍ରୀମନ୍ଦିର ମୁକ୍ତି ମଣ୍ଡପ ପଣ୍ଡିତ ମହାସଭାର ଗଣନା ମୁତାବକ ୨୦ ତାରିଖରେ ଦୀପାବଳି ପାଳନ କରିବାକୁ ପରାମର୍ଶ ଦିଆଯାଇଥିଲା ଏବଂ ସେହିଦିନ ଛୁଟି ରଖିବାକୁ ସରକାରଙ୍କୁ ଅନୁରୋଧ କରିଥିଲେ । ଏହି ଦିନ ସରକାର ସମସ୍ତ ସରକାରୀ ଅନୁଷ୍ଠାନକୁ ଛୁଟି ଘୋଷଣା କରିଛନ୍ତି ।