ପୁରୀ : ଶ୍ରୀମନ୍ଦିରରେ କାର୍ତ୍ତିକ ମାସ ଶେଷ ପରେ ଧାଡ଼ି ଦର୍ଶନ ଆରମ୍ଭ ହେବ । ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । କାର୍ତ୍ତିକ ପୂର୍ଣ୍ଣିମାର ୧୫ ଦିନ ପରେ ଧାଡ଼ି ଦର୍ଶନ ଆରମ୍ଭ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ତେବେ କାର୍ତ୍ତିକ ମାସ ସରିଲେ ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ କରାଯିବ।
ସୂଚନା ଥାଉକି ସଂପୂର୍ଣ୍ଣ ସୁରକ୍ଷିତ ଭାବେ ଅସ୍ଥାୟୀ ଭଣ୍ଡାରରୁ ଭିତର ଭଣ୍ଡାରକୁ ରତ୍ନ ସିନ୍ଧୁକ ଗୁଡ଼ିକୁ ସିଫ୍ଟ କରାଯାଇଛି । SOP ଅନୁସାରେ ଯେମିତି କିଛି ଭୁଲ ତ୍ରୁଟି ରହିବ ନାହିଁ ସେଥିପାଇଁ ସବୁ କାର୍ଯ୍ୟର ଭିଡିଓ ରେକର୍ଡିଂ ହୋଇଛି । ବର୍ତ୍ତମାନ କାର୍ତ୍ତିକ ମାସ ବ୍ରତ ଚାଲିଛି। ତେଣୁ ନିଯୋଗ ମାନଙ୍କ ସହ ମୁଖ୍ୟ ପ୍ରଶାସକ ଆଲୋଚନା କରିଛନ୍ତି । ରତ୍ନଭଣ୍ଡାର କମିଟି ଏବଂ ହାଇପାୱାର କମିଟିର ନିଷ୍ପତ୍ତି ଓ ଅନୁରୋଧ କ୍ରମେ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଗଣତି ମଣତି ଆରମ୍ଭ କରାଯିବ । ଏହି କାର୍ଯ୍ୟ କାର୍ତ୍ତିକ ମାସ ପରେ ଆରମ୍ଭ ହେବ।