ପର୍ଥ: ଭାରତୀୟ ଦଳ ଦିନିକିଆ କ୍ରିକେଟରେ ଶେଷ ଥର ୨୦୨୩ ନଭେମ୍ବରରେ ଟସ୍ ଜିତିଥିଲା । ଏହା ପରଠୁ ଭାରତୀୟ ଦଳ ଦିନିକିଆ କ୍ରିକେଟରେ ଲଗାତାର ଟସ୍ ହାରି ଚାଲିଛି । ଅଧିନାୟକ ବଦଳିଲେ, ତଥାପି ଟିମ୍ ଇଣ୍ଡିଆର ଟସ୍ ହାରିବାର ଧାରା ଜାରି ରହିଛି । ୨୩ ମାସ ହେବ ଭାରତୀୟ ଦଳ ଦିନିକିଆରେ ଟସ୍ ଜିତି ନାହିଁ । ଅଧିନାୟକ ବଦଳିଲେ, ମାତ୍ର ଭାରତୀୟ ଦଳର ଭାଗ୍ୟ ବଦଳିଲା ନାହିଁ । ଶେଷ ଥର ୨୦୨୩ ନଭେମ୍ବରରେ ବିଶ୍ୱକପ୍ ସେମି ଫାଇନାଲରେ ଭାରତ ଟସ୍ ଜିତିଥିଲା ।
ଭାରତୀୟ ଦଳ ୨୦୨୩ ନଭେମ୍ବର ୧୫ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ସେମି ଫାଇନାଲ୍ ମ୍ୟାଚରେ ଟସ୍ ଜିତିଥିଲା । ସେହି ସମୟରେ ଭାରତୀୟ ଦଳର ଅଧିନାୟକ ଥିଲେ ରୋହିତ ଶର୍ମା । ଆଉ ଆଜିର ତାରିଖ ହେଉଛି ୨୦୨୫ ଅକ୍ଟୋବର ୧୫ । ଦଳର ଅଧିନାୟକ ଅଛନ୍ତି ଶୁଭମନ ଗିଲ୍ । କିନ୍ତୁ ଭାରତ ସପକ୍ଷରେ ଏ ପର୍ଯ୍ୟନ୍ତ ଟସ୍ ପଡିଲାନି । ଭାରତ ୨୦୨୩ ବିଶ୍ୱକପ୍ ଫାଇନାଲ୍ ସମେତ ୧୬ଟି ମ୍ୟାଚ୍ ଖେଳିଛି, ମାତ୍ର ଟସ୍ ଜିତିବାର ଭାଗ୍ୟ ହିଁ ଜୁଟୁନି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଲଗାତାର ୧୬ ଟସ୍ ହାରିବାର ଅର୍ଥ ଏମିତି ଲକ୍ଷାଧିକ ଥର କଏନ ଫିଙ୍ଗିଲେ ହିଁ ତେବେ ଯାଇ ଏମିତି ହେବ ।
କିନ୍ତୁ ଭଲ ଖବର ଏହା ଯେ, ଟସ୍ ହାରିଲେ ମଧ୍ୟ ଟିମ୍ ଇଣ୍ଡିଆ ଖୁବ୍ ମ୍ୟାଚ୍ ଜିତି ଚାଲିଛି । ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଫାଇନାଲ୍ ମୁକାବିଲା ବି ଏଥିରେ ସାମିଲ୍ । ଏମିତିରେ ଟସ୍ ହାରିବା ଭାରତୀୟ ଦଳ ପାଇଁ ସମସ୍ୟା ହୋଇନି । କିନ୍ତୁ ପର୍ଥରେ ଖେଳା ଯାଉଥିବା ପ୍ରଥମ ଦିନିକିଆରେ ଭାରତୀୟ ଦଳ ପାଇଁ ଟସ୍ ହାରିବା ଖରାପ ସାବ୍ୟସ୍ତ ହୋଇଛି । ଭାରତ ୧୪.୨ ଓଭରରେ ୪୬ ରନ କରି ୪ ୱିକେଟ୍ ହରାଇଛି । ରୋହିତ ଶର୍ମା ୮ ରନ, କୋହଲି ଶୂନ୍ୟ, ଶୁଭମନ ଗିଲ୍ ୧୦ ଏବଂ ଆୟର ୧୧ ରନ କରି ଆଉଟ୍ ହୋଇଛନ୍ତି ।
Also read: ପାକିସ୍ତାନର ଆକ୍ରମଣରେ ୩କ୍ରିକେଟର ମୃତ, ଟି-୨୦ ଶୃଙ୍ଖଳା ଖେଳିବାକୁ ମନା କଲା ଆଫଗାନିସ୍ତାନ