ନୂଆଦିଲ୍ଲୀ: ଆଫଗାନିସ୍ତାନ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମରେ ପହଞ୍ଚିଛି । ପାକିସ୍ତାନ ନିକଟରେ ଆଫଗାନିସ୍ତାନ ଉପରେ ଏୟାର ଷ୍ଟ୍ରାଇକ କରି ଅସ୍ତ୍ରବିରତିର ଉଲ୍ଲଂଘନ କରିଥିଲା । ଏହାକୁ ନେଇ କ୍ଷୁବ୍ଧ ତାଲିବାନ ସରକାର । ଏହି ହମଲାରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ମୃତକଙ୍କ ମଧ୍ୟରେ ତିନି ଜଣ କ୍ରିକେଟର ସାମିଲ ଥିଲେ । ପାକିସ୍ତାନର ଏହି ହମଲା ପରେ କଡା ଚେତାବନୀ ଦେଇଛି ତାଲିବାନ । ଶେହବାଜ ସରିଫଙ୍କ ଦେଶକୁ ଧମକ ଦେଇ ଆଫଗାନିସ୍ତାନର ଗୃହ ମନ୍ତ୍ରୀ ତଥା ତାଲିବାନ ନେତା ମୌଲବୀ ମହମ୍ମଦ ନବି ଓମାରୀ କହିଛନ୍ତି ହମଲାର ଉଦ୍ୟମ ହେଲେ ପାକିସ୍ତାନୀ ସୈନିକଙ୍କୁ ଭାରତ ସୀମା ପର୍ଯ୍ୟନ୍ତ ତଡି ଦେବୁ ।
ପାକିସ୍ତାନୀ ସେନାକୁ ଚେତାବନୀ ଦେଇ ଓମାରୀ କହିଛନ୍ତି, ଯଦି ପାକିସ୍ତାନ ଧାର୍ମିକ ଆଦେଶକୁ ଆକ୍ରମଣକାରୀ ଘୋଷଣା କଲେ ମୁଁ ଶପଥ ନେଉଛି ପାକିସ୍ତାନୀ ସେନାକୁ ଭାରତୀୟ ସୀମା ପର୍ଯ୍ୟନ୍ତ ସୁରକ୍ଷା ମିଳିବ ନାହିଁ । ଗତ ଦିନରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ପାକିସ୍ତାନୀ ଆର୍ମି ଚିଫ ଆମିମ ମୁନୀର ଓ ଶେହବାଜ ସରିଫଙ୍କ ସାକ୍ଷାତ ଉପରେ ମଧ୍ୟ ସେ ଟାର୍ଗେଟ୍ କରିଛନ୍ତି । ତାଲିବାନୀ ମନ୍ତ୍ରୀ କହିଛନ୍ତି, ପାକିସ୍ତାନୀ ସେନା ସବୁ କିଛି ଅନ୍ୟର ଇଚ୍ଛା ହିସାବରେ କରିଥାଏ । ନିକଟରେ ଶେହବାଜ ସରିଫଙ୍କୁ ଟ୍ରମ୍ପଙ୍କ ଗୁଣଗାନ କରୁଥିବା ଦେଖିବାକୁ ମିଳିଥିଲା ।
ଏହା ମଧ୍ୟରେ ପାକିସ୍ତାନ ଓ ଆଫଗାନିସ୍ତାନ ଦୋହାରେ ଅନୁଷ୍ଠିତ ଆଲୋଚନାରେ ତୁରନ୍ତ ଅସ୍ତ୍ରବିରତି ପାଇଁ ରାଜି ହୋଇଛନ୍ତି । ତେବେ ସମୟ କହିବ ପାକିସ୍ତାନ ଏହି ବୁଝାମଣାକୁ କେତେ ମାନୁଛି । କାରଣ ଗତ ଦିନରେ ଅସ୍ତ୍ରବିରତି ପରେ ବି ପାକିସ୍ତାନ ଆଫଗାନିସ୍ତାନ ଉପରେ ଏୟାର ଷ୍ଟ୍ରାଇକ କରିଥିଲା । ଗତ ଏକ ସପ୍ତାହ ହେବ ଦକ୍ଷିଣ ଏସିଆରେ ପଡୋଶୀ ଦେଶର ସୀମାରେ ରକ୍ତାକ୍ତ ସଂଘର୍ଷ ଲାଗି ରହିଛି ।
Also read: ‘୧୧ ଜିଲ୍ଲାରେ ସୀମିତ ମାଓବାଦ, ସମ୍ପୂର୍ଣ୍ଣ ଲୋପ ପାଇବାକୁ ଯାଉଛି ରେଡ୍ କରିଡର’