ପର୍ଥ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍ ଆଜି ଠାରୁ ଆରମ୍ଭ ହୋଇଯାଇଛି। ପର୍ଥରେ ଖେଳାଯାଉ ଥିବା ଏହି ମ୍ୟାଚ୍ରେ ଶୁଭମନ ଗିଲ୍ ପ୍ରଥମ ଥର ପାଇଁ ଦିନିକିଆ ଦଳର ଅଧିନାୟକ ହୋଇଛନ୍ତି। ରୋହିତ ଶର୍ମା ଏବଂ ବିରାଟ କୋହଲି ମଧ୍ୟ ଖେଳୁଛନ୍ତି। ଏହି ଷ୍ଟାର ଖେଳାଳିମାନେ ପ୍ରାୟ ସାତ ମାସ ପରେ ଭାରତୀୟ ଦଳ ପାଇଁ ଦିନିକିଆ ଖେଳୁଛନ୍ତି। ହର୍ଷିତ ରାଣା ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ ଡେବ୍ୟୁ କରିଛନ୍ତି। ଘରୋଇ ପଡ଼ିଆରେ ଆୟୋଜକ ଦଳ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଭାରତ ବ୍ୟାଟିଂ କରୁଛି।
ପର୍ଥରେ ଜାରି ଥିବା ମ୍ୟାଚ୍ରେ ବର୍ଷା ବାରମ୍ବାର ବ୍ୟାଘାତ ସାଜୁଛି। ଭାରତୀୟ ସମୟ ଅନୁସାରେ ଆଜି ସକାଳୁ ମ୍ୟାଚ୍ ଆରମ୍ଭ ହୋଇଥିବା ବେଳେ ଦ୍ବିତୀୟ ଥର ପାଇଁ ବର୍ଷା ହୋଇଛି। ଫଳରେ ମ୍ୟାଚ୍ ଅଟକିଛି। ପୂର୍ବାହ୍ଣ ୧୧ଟା ସୁଦ୍ଧା ୧୧.୫ ଓଭରରେ ଭାରତ ୩ଟି ୱିକେଟ୍ ହରାଇ ୩୭ ରନ୍ ସଂଗ୍ରହ କରିଛି।
ଭାରତ ଚୂଡ଼ାନ୍ତ ଏକାଦଶ: ରୋହିତ ଶର୍ମା, ଶୁଭମନ ଗିଲ୍ (ଅଧିନାୟକ), ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ (ୱିକେଟକିପର), ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, ନୀତିଶ କୁମାର ରେଡ୍ଡୀ, ହର୍ଷିତ ରାଣା, ମହମ୍ମଦ ସିରାଜ ଏବଂ ଅର୍ଶଦୀପ ସିଂହ।
ଅଷ୍ଟ୍ରେଲିଆ ଚୂଡ଼ାନ୍ତ ଏକାଦଶ: ଟ୍ରାଭିସ୍ ହେଡ୍, ମିଚ୍ ମାର୍ଶ (ଅଧିନାୟକ), ମାଥ୍ୟୁ ସର୍ଟ, ଜୋଶ୍ ଫିଲିପ୍ (ୱିକେଟକିପର), ମ୍ୟାଟ୍ ରେନଶା, କୁପର କନୋଲି, ମିଚେଲ ଓୱେନ୍, ମିଚେଲ ଷ୍ଟାର୍କ, ନାଥନ୍ ଏଲିସ୍, ମାଥ୍ୟୁ କୁହନେମାନ ଏବଂ ଜୋଶ୍ ହାଜେଲଉଡ୍।
ଅଧିକ ପଢ଼ନ୍ତୁ: ଚୀନକୁ ପଛରେ ପକାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ନୌସେନା