ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ପାକିସ୍ତାନ ଲାହୋର ଟେଷ୍ଟକୁ ୯୩ ରନରେ ଜିତି ନେଇଛି । ଏହି ବିଜୟ ପରେ ବି ଏମିତି ଲାଗୁଛି ଯେ, ପାକିସ୍ତାନୀଙ୍କ ମୁଣ୍ଡରେ ଏବେ ବି ହ୍ୟାଣ୍ଡସେକ ବିବାଦର ଭୂତ ରହିଛି । ମ୍ୟାଚ୍ ଜିତିବା ପରେ କମେଣ୍ଟ୍ରି କରୁଥିବା ପାକିସ୍ତାନର ପୂର୍ବତନ ଅଧିନାୟକ ରମିଜ ରାଜା ଓ ଆମିର ସୋହେଲ କରମର୍ଦ୍ଦନ ବିବାଦକୁ ମନେ ପକାଇ ପୁଣି ଥରେ ପୁରୁଣା ଢୋଲ ପିଟିଛନ୍ତି ।
ଦୁଇ ଦିନ ଭିତରେ ଦୁଇ ଥର ପାକିସ୍ତାନୀ ଟିମକୁ ନିଜର ପ୍ରତିପକ୍ଷ ଦଳ ସହିତ କରମର୍ଦ୍ଦନ ଓ ହାଇ ଫାଇଭ କରିବାର ସୁଯୋଗ ମିଳିଥିଲା । ପ୍ରଥମେ ଭାରତୀୟ ପୁରୁଷ ଜୁନିୟର ହକି ଟିମ ହାଇ ଫାଇଭ ଓ ହାତ ମିଳାଇ ଅଭିନନ୍ଦନ ଜଣାଇ ଥିଲା । ଏହା ପରେ ୨୪ ଘଣ୍ଟାରୁ କମ ସମୟ ଭିତରେ ପାକିସ୍ତାନ କ୍ରିକେଟ୍ ଦଳ ପ୍ରଥମ ଟେଷ୍ଟରେ ଦକ୍ଷିଣ ଆଫ୍ରିକାକୁ ୯୩ ରନରେ ହରାଇଛି । ଏହା ପରେ ପାକିସ୍ତାନୀ ଟିମକୁ ଦକ୍ଷିଣ ଆଫ୍ରିକା ଦଳ କରମର୍ଦ୍ଦନ କରି ଅଭିନନ୍ଦନ ଜଣାଇଛନ୍ତି ।
ପାକିସ୍ତାନ ଟେଷ୍ଟ ଦଳର ବିଜୟ ପରେ ଆମିର ସୋହେଲ କହିଛନ୍ତି, ଦୁଇ ଦଳର ଖେଳାଳିଙ୍କ କରମର୍ଦ୍ଦନ ଦେଖି ବହୁତ ଭଲ ଲାଗୁଛି । ଆଜିକାଲି ଏହା ଫ୍ୟାସନରୁ ବାହାରି ଯାଇଛି । ରମିଜ ରାଜା ଆଉ ପାଦେ ବଢି କହିଛନ୍ତି, ଏହି ଜିନିଷ ଏବେ ସୀମା ଟପି ଯାଇଛି । ସେ କମେଣ୍ଟ୍ରି କରିବା ସମୟରେ ଖେଳୁଆଡ ମନୋଭାବର ମଧ୍ୟ ଯୁକ୍ତି ବାଢିଛନ୍ତି । ଦୁଇ ପୂର୍ବତନ ପାକିସ୍ତାନୀ ଖେଳାଳିଙ୍କ ଏହି ବୟାନ ଦେଖି ଲାଗୁଛି ଏସିଆ କପରେ ଭାରତଠୁ କ୍ରମାଗତ ୩ ଥର ହାରିବା ଏବଂ ଭାରତୀୟ ଦଳଠୁ ଅସମ୍ମାନ ହେବାକୁ ଭୁଲି ପାରି ନାହାନ୍ତି ପାକିସ୍ତାନୀ ଖେଳାଳି ।
Also read: ଭାରତରେ ହେବ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ! ଆୟୋଜନ ପାଇଁ ଅହମ୍ମଦାବାଦର ନାଁ ସୁପାରିଶ