ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ପର୍ଥରେ ପହଞ୍ଚିଲା ଭାରତୀୟ ଦଳ । ତାରକା ବ୍ୟାଟର ବିରାଟ କୋହଲି ଓ ରୋହିତ ଶର୍ମା, ନବନିଯୁକ୍ତ ଅଧିନାୟକ ଶୁଭମନ ଗିଲ୍ଙ୍କ ସହିତ ପ୍ରମୁଖ ସଦସ୍ୟ ୧୯ ଅକ୍ଟୋବରରେ ଖେଳା ଯିବାକୁ ଥିବା ପ୍ରଥମ ଦିନିକିଆ ପାଇଁ ପର୍ଥରେ ପହଞ୍ଚିଛନ୍ତି ।
କୋହଲି, ରୋହିତ ଓ ଗିଲଙ୍କ ବ୍ୟତୀତ ପ୍ରଥମ ବ୍ୟାଚରେ ଭାରତୀୟ ଦଳ ସହ ପହଞ୍ଚିଥିବା ଅନ୍ୟ ଖେଳାଳିଙ୍କ ମଧ୍ୟରେ କେଏଲ ରାହୁଲ, ଯଶସ୍ୱୀ ଜୟସ୍ୱାଲ, ଅର୍ଶଦୀପ ସିଂ, ହର୍ଷିତ ରାଣା ଓ ନୀତିଶ କୁମାର ରେଡ୍ଡୀଙ୍କ ସହ ସହଯୋଗୀ ଷ୍ଟାଫର କିଛି ସଦସ୍ୟ ସାମିଲ ଥିଲେ ।
ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ବ୍ୟତିତ ଟିମ୍ ଓ କୋଚିଂ ଷ୍ଟାଫର ଅନ୍ୟ ସଦସ୍ୟ ଗୁରୁବାର ଟିମ ସହ ଯୋଗ ଦେବେ । କାରଣ ବୁଧବାର ଟିମ୍ ଇଣ୍ଡିଆର ଅନ୍ୟ ସଦସ୍ୟ ବୁଧବାର ସନ୍ଧ୍ୟାରେ ଅଷ୍ଟ୍ରେଲିଆ ଅଭିମୁଖେ ଉଡାଣ ଭରିଥିଲେ ।
ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଅକ୍ଟୋବର ୧୯ରେ ପର୍ଥରେ ଖେଳାଯିବ । ଅକ୍ଟୋବର ୨୩ରେ ଆଡିଲେଡରେ ଦ୍ୱିତୀୟ ଦିନିକିଆ ଓ ସିଡନୀରେ ଅକ୍ଟୋବର ୨୫ରେ ତୃତୀୟ ଦିନିକିଆ ଖେଳାଯିବ । ଏହା ପରେ ଅକ୍ଟୋବର ୨୯ରୁ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଆରମ୍ଭ ହେବ ।
Also read: ସୁଧୁରୁନି ପାକିସ୍ତାନ, ଏବେ ବି ମୁଣ୍ଡରେ ରହିଛି ହ୍ୟାଣ୍ଡସେକର ଭୂତ ! ଦ. ଆଫ୍ରିକା ବିପକ୍ଷ ମ୍ୟାଚରେ ଦେଖାଇଲା ରଙ୍ଗ