ଭୁୁବନେଶ୍ୱର: ରାଜଧାନୀରେ ଲକ୍ଷ୍ମୀସାଗରରେ ନାବାଳିକା ସହ ଗଣଦୁଷ୍କର୍ମ ଏବଂ ସେକ୍ସ ରାକେଟ୍ ମାମଲାର ତଦନ୍ତ ଚାଲିଥିବା ବେଳେ ଆଉ ଏକ ଦୁଷ୍କର୍ମ ଅଭିଯୋଗ ସାମ୍ନାକୁ ଆସିଛି । ଜଣେ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଅପହରଣ ପରେ ଦୁଷ୍କର୍ମ କରାଯାଇଥିବା ଭରତପୁର ଥାନାରେ ଅଭିଯୋଗ ହୋଇଛି । ପୋଲିସ ମାମଲାର ତଦନ୍ତ କରି ମୁଖ୍ୟ ଅଭିଯୁକ୍ତ ସମେତ ୨ ଜଣଙ୍କୁ ଗିରଫ କରିଛି । ଦୁଇ ଅଭିଯୁକ୍ତ ହେଉଛନ୍ତି ଭରତପୁରର ଅରୁଣ ନାୟକ ଓ ବିଶ୍ୱଜିତ ନାୟକ ।
ସୂଚନା ଅନୁଯାୟୀ, ଭରତପୁର ଥାନା ଅଞ୍ଚଳରେ ରହି ଛାତ୍ରୀ ଜଣକ ଇଞ୍ଜିନିୟରିଂ ପଢୁଥିଲେ । ମୁଖ୍ୟ ଅଭିଯୁକ୍ତ ଅରୁଣ ଛାତ୍ରୀଙ୍କୁ ଏକତରଫା ପ୍ରେମ କରୁଥିଲେ । ତାଙ୍କୁ ପ୍ରେମ ନିବେଦନ କରି ହଇରାଣ କରୁଥିଲେ । ରାସ୍ତା ଘାଟରେ ଅଟକାଇ ପ୍ରେମ ନିବେଦନ କରୁଥିଲେ । ହେଲେ ଛାତ୍ରୀ ଜଣକ ଅଭିଯକ୍ତ ଅରୁଣର ପ୍ରେମ ନିବେଦନକୁ ପ୍ରତ୍ୟାଖାନ କରିଥିଲେ । ଏଥିରେ ମର୍ମାହତ ହୋଇ ଅରୁଣ ପ୍ରତିଶୋଧ ନେବାକୁ ଯୋଜନା କରିଥିଲେ ।
ସେହି ଅନୁସାରେ ଶନିବାର ଛାତ୍ରୀ ଜଣକ କଲେଜ୍ ଯିବା ସମୟରେ ବିଶ୍ୱଜିତ ସହାୟତାରେ ଅରୁଣ ଛାତ୍ରୀଙ୍କୁ ଏକ ଅଟୋରେ ଅପହରଣ କରି ନେଇଥିଲେ । ଅଧାବାଟରେ ଅରୁଣ ବିଶ୍ୱଜିତଙ୍କୁ ଓହ୍ଲାଇ ଦେଇ ଛାତ୍ରୀଙ୍କୁ ବଳପୂର୍ବକ ଦୁଷ୍କର୍ମ କରିଥିଲେ । ଘଟଣାସ୍ଥଳରୁ ପୀଡିତା ଜଣକ କୌଶଳକ୍ରମେ ଖସି ଆସି ଭରତପୁର ଥାନାରେ ଅଭିଯୋଗ କରିଥିଲେ । ପୀଡିତାଙ୍କ ଅଭିଯୋଗ ଆଧାରରେ ପୋଲିସ ତୁରନ୍ତ ଆକ୍ସନ ମୋଡକୁ ଆସି ମୁଖ୍ୟ ଅଭିଯୁକ୍ତ ଅରୁଣ ଏବଂ ସହଯୋଗୀ ବିଶ୍ୱଜିତ ନାୟକଙ୍କୁ ଗିରଫ କରିଛି ।
Also read:କୋରାପୁଟରେ ରେଲୱେ ଟ୍ରାକରେ ଧସିଲା ପଥର, ଟ୍ରେନ ବାତିଲ