କଟକ: ବହୁଚର୍ଚ୍ଚିତ ପୋଲିସ ଏସ୍ଆଇ ପରୀକ୍ଷା କେଳେଙ୍କାରୀ ମାମଲାର ଅଭିଯୁକ୍ତ ମୁନା ମହାନ୍ତି ଘରେ କ୍ରାଇମବ୍ରାଞ୍ଚ ଚଢ଼ଉ କରିଛି । ମୁନାଙ୍କ କଟକ ବାଙ୍କୀ ବୈଦେଶ୍ୱର ଥାନା କଳାପଥର ଗ୍ରାମସ୍ଥିତ ପୈତୃକ ଘରେ ଚଢ଼ଉ ହୋଇଛି ।
ଗତକାଲି ମୁନାକୁ ନୟାଗଡ଼ ଜିଲ୍ଲା ଦଶପଲ୍ଲା ନିକଟରୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ଏହାସହିତ ସହଯୋଗୀ ସୁକାନ୍ତ ମହାରଣା, ଅଭିମନ୍ୟୁ ଦୋରା ଓ ଲେଡି ସ୍କାମର୍ ସୌମ୍ୟା ପ୍ରିୟଦର୍ଶିନୀ ଗିରଫ ହୋଇଛନ୍ତି । ଏହା ସହିତ ମୁନାର ୪ଟି ଗାଡ଼ି ଗୋଟିଏ ଥାର୍, ସ୍କର୍ପିଓ ଓ ୨ଟି ହାଇଓ୍ୱା ଜବତ କରାଯାଇଛି । ମୁନା ମହାନ୍ତି ମାଷ୍ଟରମାଇଣ୍ଡ୍ ଶଙ୍କର ପୃଷ୍ଟି ଦ୍ୱାରା ପରିଚାଳିତ ହେଉଥିଲା । ଅରବିନ୍ଦର ସହଯୋଗରେ ପରୀକ୍ଷାର୍ଥୀଙ୍କୁ ଦୀଘା ଏବଂ ବିଜୟନଗରମରେ ରଖିବାକୁ ଯୋଜନା ହୋଇଥିଲା । ମୁନା ବସ୍ ବୁକ୍ କରିବା ଏବଂ ମା ଙ୍କ ଆକାଉଣ୍ଟରୁ ପେମେଣ୍ଟ୍ କରୁଥିଲା । ଏହି ମାମଲାରେ ୧୧୪ ପ୍ରାର୍ଥୀଙ୍କୁ ମଧ୍ୟ ଗିରଫ କରାଯାଇଛି ।