ଭୁବନେଶ୍ୱର: ରାଜ୍ୟ ସରକାରୀ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ସ୍କୁଲ ବ୍ୟାଗ୍ । ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଡିପିସି ମାନଙ୍କୁ ଚିଠି ଲେଖିଛନ୍ତି ଓସେପା ପ୍ରକଳ୍ପ ନିର୍ଦ୍ଦେଶକ । ଶିଶୁ ବାଟିକାଠାରୁ ଆରମ୍ଭ କରି ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ବିଦ୍ୟାଳୟର ପିଲାଙ୍କୁ ସ୍କୁଲ ବ୍ୟାଗ୍ ବଣ୍ଟନ କରାଯିବ । ବ୍ଲକ ସ୍ତରରୁ ଓସିକ୍ ବ୍ୟାଗ୍ ବଣ୍ଟନ ଦାୟିତ୍ୱ ବହନ କରିବ । ଶିଶୁ ବାଟିକା ପ୍ରଥମ ଶ୍ରେଣୀ ପିଲାଙ୍କୁ ୧ ନଂ ସାଇଜ୍ ବ୍ୟାଗ୍ ଏବଂ ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ପିଲାଙ୍କୁ ୨ ନଂ ସାଇଜ୍ ବ୍ୟାଗ୍ ପ୍ରଦାନ କରାଯିବ ।