କେନ୍ଦୁଝର : ପରିବାର ଏବଂ ନିଜ ଗାଁ ଲୋକଙ୍କ ସହ ଦୀପାବଳି ପାଳନ କଲେ ମୁଖ୍ଯମନ୍ତ୍ରୀ। ଆଜି ସନ୍ଧ୍ଯାରେ ମୁଖ୍ୟମନ୍ତ୍ରୀ ନିଜ ଗାଁ ରେ ନିଜେ ମାଦଳ ବଜାଇ ଲୋକଙ୍କ ଗହଣରେ ନାଚି ନାଚି ଦୀପାବଳି ଅବସରରେ ଆନନ୍ଦ ଅନୁଭବ କଲେ।
ଅପରାହ୍ନରେ ମୁଖ୍ୟମନ୍ତ୍ରୀ ପ୍ରଥମେ ନିଜ ଘରେ ରାଇକଳାରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ଭବ୍ୟ ସମ୍ବର୍ଦନା ଜ୍ଞାପନ କରାଯାଇଥିଲା। ଏହି ଅବସରରେ ସେ ଘରେ ଲୋକଙ୍କ ଅଭିଯୋଗ ଶୁଣିଥିଲେ। ପରେ ଗାଁ ମୁଣ୍ଡ ରେ କୁଡୁମି ସମ୍ପ୍ରଦାୟର ଗୋଠ ପୂଜା ରେ ସାମିଲ ହୋଇଥିଲେ। ଏହା ପରେ ଏଠାରେ ବେଶ କିଛି ସମୟ ଧରି ବାଣ ଫୁଟା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ବିଭିନ୍ନ ପ୍ରକାର ସବୁଜ ବାଣ ରେ ଝଲସି ଉଠିଥିଲା ପୁରା ପରିବେଶ। ମୁଖ୍ୟମନ୍ତ୍ରୀ ଗ୍ରାମବାସୀଙ୍କ ସହିତ ମିଶି ନିଜେ ମାଦଳ ବଜାଇ ଲୋକଙ୍କ ସହିତ ମାଦଳ ତାଳେ ତାଳେ ଦୀପାବଳିର ବେଶ ଆନନ୍ଦ ଉଠାଇଥିଲେ । ଯାହା ଉପସ୍ଥିତ ଦର୍ଶକ ମାନଙ୍କୁ ଖୁବ ଆମୋଦିତ କରିଛି।