ଗଜପତି : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଲାବଣ୍ୟଗଡ଼ରେ ଏକ ଅଘଟଣ ଘଟିଯାଇଛି । ଦୀପାବଳିରେ ଏକ କାଜୁ ପ୍ରୋସେସିଂ ଫ୍ୟାକ୍ଟ୍ରି ଜଳିଯାଇଥିବା ଦେଖିବାକୁ ମିଳିଛି । ଯାହା ଫଳରେ ନିଆଁ ଲାଗି ଫ୍ୟାକ୍ଟ୍ରିରେ ଥିବା ସବୁ ଜିନିଷ ନଷ୍ଟ ହୋଇଯାଇଥିବା ସୂଚନା ରହିଛି
ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଫ୍ୟାକ୍ଟ୍ରିରେ ଅଚାନକ ନିଆଁ ଲାଗି ଯାଇଥିଲା । ଏନେଇ ଖବର ପାଇ ପାରଳାଖେମୁଣ୍ଡି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲା । ତେବେ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।