ନଭି ମୁମ୍ବାଇ: ଭାରତ ଆଇସିସି ମହିଳା ବିଶ୍ୱକପ୍ ୨୦୨୫ର ସେମିଫାଇନାଲରେ ପ୍ରବେଶ କରିଛି। ଟୁର୍ଣ୍ଣାମେଣ୍ଟରେ ତିଷ୍ଠିବା ପାଇଁ ସଂଘର୍ଷ କରୁଥିବା ଅଧିନାୟିକା ହରମନପ୍ରୀତ କୌରଙ୍କ ଟିମ୍ ଇଣ୍ଡିଆ ଏକ ଜରୁରୀ ବିଜୟ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ୫୩ ରନରେ (ଡକୱର୍ଥ-ଲୁଇସ୍ ପଦ୍ଧତି) ପରାସ୍ତ କରିଛି। ରେକର୍ଡ ବ୍ରେକର ଶତକ ସହ ସ୍ମୃତି ମନ୍ଧାନା ଏବଂ ପ୍ରତୀକା ରାୱଲଙ୍କ ମଧ୍ୟରେ ସ୍ମରଣୀୟ ଭାଗୀଦାରୀ ଯୋଗୁଁ ଟିମ୍ ଇଣ୍ଡିଆ ଏହି ପ୍ରଭାବଶାଳୀ ବିଜୟ ହାସଲ କରିଛି। ଏହା ସହିତ, ଭାରତ ନ୍ୟୁଜିଲ୍ୟାଣ୍ଡର ଆଶାର ଅନ୍ତ ଘଟାଇ ଚତୁର୍ଥ ଦଳ ଭାବେ ସେମିରେ ପହଞ୍ଚିଛି ।
ଅକ୍ଟୋବର ୨୩ ତାରିଖରେ ନଭି ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତୀୟ ଦଳ ପ୍ରବଳ ଚାପରେ ଥିଲା। ଟିମ୍ ଇଣ୍ଡିଆ ପୂର୍ବ ତିନୋଟି ମ୍ୟାଚre ପରାସ୍ତ ହୋଇଥିଲା ଏବଂ ଯେକୌଣସି ମୂଲ୍ୟରେ ବିଜୟ ଆବଶ୍ୟକ ଥିଲା। ଟିମ୍ ଇଣ୍ଡିଆ ପରାଜୟ ଧାରା ଭାଙ୍ଗି ଟୁର୍ଣ୍ଣାମେଣ୍ଟର ତୃତୀୟ ବିଜୟ ହାସଲ କରିଥିଲା। ଏହା ସହ ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା ଏବଂ ଇଂଲଣ୍ଡ ପରେ ସେମିଫାଇନାଲରେ ଭାରତ ଚତୁର୍ଥ ଏବଂ ଶେଷ ଦଳ ପ୍ରବେଶ କରିଛି। ୨୦୧୭ ବିଶ୍ୱକପ୍ ପରେ ପ୍ରଥମ ଥର ପାଇଁ ଟିମ୍ ଇଣ୍ଡିଆ ସେମିଫାଇନାଲରେ ପ୍ରବେଶ କରିଛି ପହଞ୍ଚିଛି।
ଏହି ମ୍ୟାଚରେ ଭାରତର ବିଜୟରେ ସ୍ମୃତି ମନ୍ଧାନା ଏବଂ ପ୍ରତୀକା ରାଭାଲଙ୍କ ମଧ୍ୟରେ ୨୧୨ ରନ ଭାଗୀଦାରୀ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛି। ଏହି ଯୋଡ଼ି ଦ୍ୱିତୀୟ ଥର ଟୁର୍ଣ୍ଣାମେଣ୍ଟରେ ୧୦୦ ରନ୍ରୁ ଅଧିକ ରନ୍ ଭାଗୀଦାରୀ କରିଛନ୍ତି ।ପୂର୍ବ ଦୁଇଟି ମ୍ୟାଚରେ ୮୦ ରୁ ୯୦ ରନ୍ ମଧ୍ୟରେ ଆଉଟ୍ ହୋଇଥିବା ଉପ-ଅଧିନାୟିକା ଏବଂ ଷ୍ଟାର ଓପନର ସ୍ମୃତି ମନ୍ଧାନା (୧୦୯ ରନ୍, ୯୫ ବଲ୍) ଶତକ ହାସଲ କରିଥିଲେ। ଏହା ଏହି ବିଶ୍ୱକପରେ ପ୍ରଥମ ଶତକ ଏବଂ ଟୁର୍ଣ୍ଣାମେଣ୍ଟର ଇତିହାସରେ ସାମଗ୍ରିକ ଭାବରେ ତାଙ୍କର ତୃତୀୟ ଶତକ ଥିଲା। ପ୍ରତୀକା (୧୨୨ ରନ୍, ୧୩୪ ବଲ୍) ମଧ୍ୟ ତାଙ୍କ ବିଶ୍ୱକପ୍ କ୍ୟାରିୟରର ପ୍ରଥମ ଶତକ ହାସଲ କରିଥିଲେ। ପ୍ଲେଇଂ ଇଲେଭେନକୁ ଫେରିଥିବା ଜେମିମା ରୋଡ୍ରିଗ୍ସ ୭୬ ଅପରାଜିତ (୫୫ ବଲ୍)ର ଏକ ବିସ୍ଫୋରକ ଇନିଂସ ଖେଳି ଦଳକୁ ୪୯ ଓଭରରେ ୩୪୦ ରନ୍ର ବିଶାଳ ସ୍କୋରରେ ପହଞ୍ଚିବାରେ ସାହାଯ୍ୟ କରିଥିଲେ।
ଭାରତ ୪୮ ଓଭର ଖେଳିବା ପରେ ବର୍ଷା ହୋଇଥିଲା, ଫଳରେ ମ୍ୟାଚ୍ ୪୯ ରନ୍ ଓଭର କରାଯାଇଥିଲା । ଭାରତର ଇନିଂସ ଶେଷ ହେବା ପରେ ପୁଣି ବର୍ଷା ହୋଇଥିଲା ଏବଂ ୪୪ ଓଭରରେ ନ୍ୟୁଜିଲାଣ୍ଡକୁ ଲକ୍ଷ୍ୟ ୩୨୫ ରନ୍ କରାଯାଇଥିଲା। ଜବାବରେ ନ୍ୟୁଜିଲାଣ୍ଡର ଆରମ୍ଭ ନୈରାଶ୍ୟଜନକ ଥିଲା । ଦ୍ୱିତୀୟ ଓଭରରେ ସୁଜି ବେଟ୍ସ ଆଉଟ୍ ହୋଇଥିଲେ। ୧୦ମ ଏବଂ ୧୨ତମ ଓଭରରେ ନ୍ୟୁଜିଲାଣ୍ଡକୁ ସବୁଠୁ ବଡ ଝଟକା ଲାଗିଥିଲା । ରେଣୁକା ଜର୍ଜିଆ ପ୍ଲାଇମର ଏବଂ ଫର୍ମରେ ଥିବା ଅଧିନାୟକ ସୋଫି ଡେଭାଇନ (୬)ଙ୍କୁ ବୋଲ୍ଡ କରିଥିଲେ।
ଏମିତି ସ୍ଥିତିରୁ କିୱିମାନେ ପ୍ରତ୍ୟାବର୍ତ୍ତନ କରିବାକୁ ଚେଷ୍ଟା କରିଥିଲା। ଆମେଲିଆ କେର, ବ୍ରୁକ୍ ହାଲିଡେ ଏବଂ ଇସାବେଲା ଗେଜ୍ ଭଲ ଇନିଂସ ଖେଳିଥିଲେ ଏବଂ ଭାଗୀଦାରି କରିଥିଲେ ହେଁ ତାହା ଦଳର ପରାଜୟ ଏଡାଇବାକୁ ଯଥେଷ୍ଟ ନଥିଲା । ଦଳ ୪୪ ଓଭରରେ ୮ ୱିକେଟ୍ ହରାଇ କେବଳ ୨୭୧ ରନ୍ କରିପାରିଥିଲା। ଭାରତ ପକ୍ଷରୁ, ରେଣୁକା ଏବଂ କ୍ରାନ୍ତି ପ୍ରତ୍ୟେକେ ୨ଟି ୱିକେଟ୍ ନେଇଥିଲେ । ପ୍ରତୀକା, ଶ୍ରୀ ଚରଣୀ, ଦୀପ୍ତି ଶର୍ମା ଏବଂ ସ୍ନେହ ରାଣା ପ୍ରତ୍ୟେକେ ଗୋଟିଏ ୱିକେଟ୍ ନେଇଥିଲେ। ଟିମ୍ ଇଣ୍ଡିଆର ଶେଷ ମ୍ୟାଚ୍ ବାଂଲାଦେଶ ବିପକ୍ଷରେ ଖେଳିବ । ଏହା ପରେ ସେମିଫାଇନାଲରେ ଏହା କାହା ସହିତ ମୁକାବିଲା କରିବ ତାହା ସ୍ପଷ୍ଟ ହେବ।