୨୫ରେ ଅବପାତର ରୂପ ନେବ ଲଘୁଚାପ। ୨୬ ବେଳକୁ ନେବ ଗଭୀର ଅଭପାତର ରୂପ। ୨୭ ସକାଳେ ବାତ୍ୟାର ରୂପ ନେଇପାରେ ଲଘୁଚାପ। ଏବେ ଧୀରେ ଧୀରେ ଉତ୍ତର-ପଶ୍ଚିମ ଉତ୍ତର ଦିଗରେ ଗତି କରୁଛି। ଘଣ୍ଟା ପ୍ରତି ୩ କିମି ବେଗରେ ଗତି କରୁଛି। ବଙ୍ଗୋପସାଗରରେ ବଳ ଗୋଟାଉଛି। ବାତ୍ୟା ପାଇଁ ରହିଛି ଅନୁକୂଳ ପାଗ। ଭାରତୀୟ ପାଣିପାଗ ବିଭାଗ ଏହି ସୂଚନା ଦେଇଛି । ତେବେ ବାତ୍ୟା କେଉଁଠି ମାଡ଼ ହେବ, ସେନେଇ ଏବେ ଯାଏ କୌଣସି ସୂଚନା ମିଳିନାହିଁ।
ଏପଟେ ସମ୍ଭାବ୍ୟ ବାତ୍ୟାକୁ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା କହିଛନ୍ତି, ଆନ୍ଧ୍ର ଉପରେ ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଅଧିକ ରହିବ। ବାତ୍ୟା ଯୋଗୁ ୨୭ତାରିଖରୁ ୨୯ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବ। ପ୍ରାୟ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ୨୬ରୁ ୨୯ ତାରିଖ ଯାଏଁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି।
୨୭ ତାରିଖରେ କେନ୍ଦ୍ରାପଡା, କଟକ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, ନୟାଗଡ, ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି ଜିଲାରେ ବର୍ଷା ହେବ। ଆସନ୍ତା ୨୮ ଓ ୨୯ ତାରିଖରେ ଅଧିକାଂଶ ଜିଲାରେ ବର୍ଷା ଲାଗି ରହିବ। ସେହିସବୁ ଜିଲା ଗୁଡିକ ହେଲା କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ। ୨୯ରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ଯାଜପୁର, କେନ୍ଦ୍ରାପଡାରେ ପ୍ରବଳ ବର୍ଷା ହେବ। ୩୦ ତାରିଖ ପରେ ପାଗରେ ପରିବର୍ତ୍ତନ ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି।