ନୂଆଦିଲ୍ଲୀ: ଆଉ ଏକ ହୀନ କାମ କରିଛନ୍ତି ଏସିଆ କପର ଟ୍ରଫି ଚୋର ମୋହସିନ ନକଭି । ପ୍ରଥମେ ତ ସେପ୍ଟେମ୍ବର ୨୮ରେ ଫାଇନାଲ୍ ମ୍ୟାଚ୍ ପରେ ଟୁର୍ଣ୍ଣାମେଣ୍ଟର ବିଜେତା ଟିମ୍ ଇଣ୍ଡିଆକୁ ଟ୍ରଫି ଦେବା ବଦଳରେ ହୋଟେଲ୍ ଧରି ଚାଲିଗଲେ । ପରେ ଟ୍ରଫିକୁ ଏସିଆନ କ୍ରିକେଟ୍ କାଉନସିଲର ଦୁବାଇ ସ୍ଥିତ ମୁଖ୍ୟାଳୟରେ ଲକ୍ କରି ରଖିଲେ । ତେବେ ସଦ୍ୟତମ ରିପୋର୍ଟ ଅନୁଯାୟୀ, ନକଭି ଟ୍ରଫିକୁ ଏସିସି ମୁଖ୍ୟାଳୟରୁ ହଟାଇ ଆବୁଧାବିରେ କୌଣସି ଏକ ଜାଗାରେ ରଖିଛନ୍ତି । ନକଭି ଏସିସି ମୁଖ୍ୟ ହେବା ସହ ପାକିସ୍ତାନର ଗୃହ ମନ୍ତ୍ରୀ ଏବଂ ପିସିସି ଅଧ୍ୟକ୍ଷ ବି ।
ପହଲଗାମରେ ପାକିସ୍ତାନୀ ଆତଙ୍କବାଦୀଙ୍କ କାପୁରୁଷପଣ ହମଲା ପ୍ରତିବାଦରେ ଭାରତୀୟ ଦଳ ଏସିଆ କପରେ ପାକିସ୍ତାନୀ ଦଳ ସହ ହାତ ମିଳାଇ ନ ଥିଲେ । ଏସିଆ କପ୍ ଫାଇନାଲରେ ଭାରତ ପାକିସ୍ତାନକୁ ହରାଇ ନବମ ଥର ଟ୍ରଫି ଜିତିଥିଲା । କିନ୍ତୁ ଭାରତୀୟ ଦଳ ମୋହସିନ ନକଭିଙ୍କ ହାତରୁ ଟ୍ରଫି ନେବାକୁ ମନା କରି ଦେଇଥିଲେ ।
ନକଭି ମଧ୍ୟ ୟୁଏଇ ବୋର୍ଡ କିମ୍ବା କୌଣସି ଅନ୍ୟ ଏସୀୟ ବୋର୍ଡର ପଦାଧିକାରୀଙ୍କୁ ଟ୍ରଫି ଦେବା ପରିବର୍ତ୍ତେ ଖୋଦ୍ ଟ୍ରଫି ଦେବାକୁ ନିଜ ଜିଦିରେ ଅଟଳ ରହିଥିଲେ । ସେ ପୁରସ୍କାର ସମାରୋହରେ ବହୁତ ସମୟ ଧରି ଭାରତୀୟ ଖେଳାଳିଙ୍କ ଅପେକ୍ଷା କରିଥିଲେ । ମାତ୍ର ସୂର୍ଯ୍ୟକୁମାର ଯାଦବଙ୍କ ଦଳ କଦାପି ଟ୍ରଫି ନେବାକୁ ନ ଆସିବାରୁ ନକଭି ଟ୍ରଫିକୁ ନିଜ ସହ ଧରି ହୋଟେଲ ଚାଲି ଯାଇଥିଲେ ।
ମୋହସିନ ନକଭିଙ୍କ ଏମିତି ଏତାଦୃଶ୍ୟ ଦେଖି ବିସିସିଆଇ କଡା ଆଭିମୁଖ୍ୟ ଆପଣେଇବାରୁ ସେ ଟ୍ରଫି ଦେବାକୁ ପ୍ରସ୍ତୁତ ହୋଇଗଲେ । ମାତ୍ର ଗୋଟିଏ ସର୍ତ୍ତ ରଖିଲେ ଯେ, ଟ୍ରଫି ନେବାର ଅଛି ତ ତାଙ୍କ ହାତରୁ ନେବାକୁ ପଡିବ । ବିସିିସିଆଇର କୌଣସି ପଦାଧିକାରୀ କିମ୍ବା ଟିମ୍ ଇଣ୍ଡିଆର ଖେଳାଳି ଏସିସି ମୁଖ୍ୟାଳୟ ଆସି ଟ୍ରଫି ନେଇ ପାରିବେ । ନକଭିଙ୍କ ଆଭିମୁଖ୍ୟ ଦେଖି ବିସିିସିଅ।।ଇ ଆସନ୍ତା ମାସରେ ଆଇସିସି ବୈଠକରେ ଏହି ପ୍ରସଙ୍ଗ ଉଠାଇବାକୁ ନିଷ୍ପତ୍ତି ନେଇଛି । ଏସବୁ ଖବର ମଧ୍ୟରେ ମୋହସିନ ନକଭି ଟ୍ରଫିକୁ ଏସିସି ମୁଖ୍ୟାଳୟରୁ ହଟାଇ ନେଇଛନ୍ତି ।
ଏଏନଆଇ ଅନୁଯାୟୀ, ଏସିଆ କପର ଟ୍ରଫି ଦୁବାଇ ସ୍ଥିତ ଏସିସି ମୁଖ୍ୟାଳୟରେ ନାହିଁ । କିଛି ଦିନ ତଳେ ବିସିସିଆଇର ଜଣେ ଅଧିକାରୀ ଏସିସି ମୁଖ୍ୟାଳୟର ଗସ୍ତ କରିଥିଲେ । ଯେବେ ସେ ଟ୍ରଫି ବିଷୟରେ ପଚାରିଲେ ଏସିସି ମୁଖ୍ୟାଳୟର କର୍ମଚାରୀ କହିଛନ୍ତି ଯେ, ଟ୍ରଫିକୁ ହଟାଇ ଆବୁଧାବିର କୌଣସି ଜାଗାରେ ରଖିଛନ୍ତି ।
Also read: ଭାରତ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଅଷ୍ଟ୍ରେଲିଆ ଦଳରେ ବଡ ପରିବର୍ତ୍ତନ, ମ୍ୟାକ୍ସୱେଲଙ୍କ ପ୍ରତ୍ୟାବର୍ତ୍ତନ