ନୂଆଦିଲ୍ଲୀ: ଭାରତୀୟ ଦିନିକିଆ ଦଳର ଉପ-ଅଧିନାୟକ ଶ୍ରେୟସ ଆୟରଙ୍କ ଆଘାତ ସମସ୍ୟାକୁ ନେଇ ଆସିଛି ବଡ ଅପଡେଟ । ସିଡନୀରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଦିନିକିଆ ସମୟରେ, ଆୟର କ୍ୟାଚ୍ ନେବା ସମୟରେ ତାଙ୍କ ଛାତିରେ ମାଡ ବାଜିଥିଲା। ମିଡିଆ ରିପୋର୍ଟ ଅନୁଯାୟୀ, ତାଙ୍କର ବାମ ପଞ୍ଜରାରେ ଆଘାତ ଲାଗିଛି । ରିପୋର୍ଟ ଅନୁସାରେଏହି ଆଘାତ କାରନରୁ ଆୟରଙ୍କୁ ତିନି ସପ୍ତାହ ପାଇଁ କ୍ରିକେଟରୁ ଦୂରେଇ ରହିବାକୁ ପଡିପାରେ।
ଶ୍ରେୟସ ଆୟର ତିନି ସପ୍ତାହ ପାଇଁ ବାହାର
ମ୍ୟାଚ୍ ସମୟରେ ଶ୍ରେୟସ ଆୟରଙ୍କ ଆହତ ପାଇଁ ହସ୍ପିଟାଲ ପଠାଯାଇଥିଲା। ପ୍ରାରମ୍ଭିକ ପରୀକ୍ଷାରୁ ତାଙ୍କ ବାମ ପଞ୍ଜରାରେ ଏକ ସାମାନ୍ୟ ଆଘାତ ଲାଗିଥିବା ଜଣା ପଡିଛି । ସେ ଅତି କମରେ ତିନି ସପ୍ତାହ ପାଇଁ ବାହାରେ ରହିପାରନ୍ତି। ଫେରିବା ପୂର୍ବରୁ ତାଙ୍କୁ ବିସିସିଆଇକୁଜ ଅବଗତ କରାଇବାକୁ ପଡିବ ।
ରିପୋର୍ଟରେ ଆହୁରି କୁହାଯାଇଛି, ଆଉ କିଛି ପରୀକ୍ଷାର ରିପୋର୍ଟ ଅପେକ୍ଷା କରାଯାଇଛି। ସେଗୁଡ଼ିକର ସମୀକ୍ଷା କରିବା ପରେ ହିଁ ଜଣାପଡିବ ଯେ ଶ୍ରେୟସଙ୍କୁ ଅଧିକ ସମୟ ପାଇଁ ସୁସ୍ଥ ହେବାକୁ ପଡିବ କି ନାହିଁ। ଯଦି ତାଙ୍କର ଆଘାତ ସମସ୍ୟା ଗୁରୁତର ଥାଏ ତେବେ ସୁସ୍ଥ ହେବାକୁ ଅଧିକ ସମୟ ଲାଗିପାରେ।"
ସେ ପରବର୍ତ୍ତୀ ଦିନିକିଆ ସିରିଜରେ ଖେଳିବେ କି ?
ଭାରତୀୟ ଦଳ ନଭେମ୍ବର ୩୦ ରୁ ଡିସେମ୍ବର ୬ ପର୍ୟ୍ୟନ୍ତ କିଛି ସପ୍ତାହ ମଧ୍ୟରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିା ସିରିଜ୍ ଖେଳିବାର କାର୍ୟ୍ୟକ୍ରମ ରହିଛି। ରିପୋର୍ଟ ଅନୁଯାୟୀ, ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶ୍ରେୟସଙ୍କ ଦିନିକିଆ ସିରିଜ୍ ଖେଳିବା ନେଇ ନେଇ କୌଣସି ସ୍ପଷ୍ଟତା ନାହିଁ। ଯଦି ଆୟର ତିନି ସପ୍ତାହ ମଧ୍ୟରେ ଫେରିପାରିବେ, ତେବେ ତାଙ୍କୁ ପରବର୍ତ୍ତୀ ଏକଦିବସୀୟ ସିରିଜ୍ ରେ ଖେଳିବାର ଦେଖାଯାଇପାରିବ।
ପିଠି ସମସ୍ୟା ଯୋଗୁଁ, ଶ୍ରେୟସ ଆୟର ବର୍ତ୍ତମାନ ରେଡ୍-ବଲ୍ କ୍ରିକେଟ୍ ରୁ ଛଅ ମାସର ବିରତିରେ ଅଛନ୍ତି ଏବଂ ଦୀର୍ଘ ସମୟ ଧରି କୌଣସି ଟି-୨୦ ମ୍ୟାଚ୍ ଖେଳି ନାହାଁନ୍ତି। ସେ ତାଙ୍କ ଦିନିକିଆ କ୍ୟାରିୟରରେ ୩,୦୦୦ ରନ ପୂରଣ କରିବାଠାରୁ ମାତ୍ର ୮୩ ରନ ଦୂରରେ ଅଛନ୍ତି।
Also read: ରୋହିତ-କୋହଲିଙ୍କ ଆଗରେ ଅଷ୍ଟ୍ରେଲିଆର ଆତ୍ମ ସମର୍ପଣ, ସିଡନୀ ବିଜୟ ସହ ସିରିଜ୍ ଅନ୍ତ