ଭୁବନେଶ୍ୱର: ବାତ୍ୟା ମୋନ୍ଥାକୁ ନେଇ ବିରୋଧୀ ଦଳ ନେତା ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଭିଡ଼ିଓ ବାର୍ତ୍ତା ଦେଇଛନ୍ତି । ଭୟଭୀତ ନ ହୋଇ ପ୍ରଶାସନ ସହ ସହଯୋଗ କରିବାକୁ ପରାମର୍ଶ ଦେଇଛନ୍ତି ନବୀନ ।
ନବୀନ ଭିଡ଼ିଓରେ କହିଛନ୍ତି, ବାତ୍ୟା ମୋନ୍ଥା ଆସୁଛି । ଆଗକୁ ଅନେକ ବାତ୍ୟାର ସମ୍ପୂର୍ଣ୍ଣ ମୁକାବିଲା କରିଛୁ । ତେଣୁ ଭୟଭୀତ ନ ହୋଇ ସଜାଗ ରୁହନ୍ତୁ ଏବଂ ପ୍ରଶାସନକୁ ସହଯୋଗ କରିବାକୁ ନବୀନ ପରାମର୍ଶ ଦେଇଛନ୍ତି । ସେହିପରି ବିଜେଡ଼ି କର୍ମୀମାନଙ୍କୁ ବିପଦ ସମୟରେ ଲୋକଙ୍କ ସହିତ ରହି ସହାୟତା ଯୋଗାଇ ଦେବାକୁ କହିଛନ୍ତି । ସବୁଥର ପରି ଏଥର ମଧ୍ୟ ସମସ୍ତେ ଏକାଠି ହୋଇ ବାତ୍ୟାର ମୁକାବିଲା କରିବାକୁ ନବୀନ କହିଛନ୍ତି ।