କଟକ: କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗକୁ ପୁଣି ସଫଳତା ମିଳିଛି। କଟକ ମଙ୍ଗୁଳି ନିକଟରୁ ବିପୁଳ ପରିମାଣକର ବ୍ରାଉନସୁଗାର ଜବତ କରିଛି ଅବକାରୀ ବିଭାଗ। ଏହାସହିତ ଏହି ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ଗିରଫ ଦୁଇ ଅଭିଯୁକ୍ତ ହେଲେ ବାସୁଦେବ ଦାସ ଓ ସରୋଜ କୁମାର ରାଉତ।
ଖବର ଅନୁଯାୟୀ, ମଙ୍ଗୁଳି ଛକ ନିକଟରେ ବ୍ରାଉନସୁଗାର କାରବାର ନେଇ ଅବକାରୀ ବିଭାଗକୁ ଗୁଇନ୍ଦା ସୂଚନା ମିଳିଥିଲା। ଯାହାକୁ ଆଧାର କରି ଅବକାରୀ ବିଭାଗ ଉକ୍ତ ସ୍ଥାନରେ ଚଢାଉ କରିଥିଲେ। ଏହି ଚଢାଉରେ ବିପୁଳ ପରିମାଣର ବ୍ରାଉନସୁଗାର ଜବତ ହୋଇଛି। ଜବତ ବ୍ରାଉନ ସୁଗାରର ମୂଲ୍ୟ ୩୧ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ସେହିପରି ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ଗିରଫ ଦୁଇ ଅଭିଯୁକ୍ତ ହେଲେ ବାସୁଦେବ ଦାସ ଓ ସରୋଜ କୁମାର ରାଉତ ବୋଲି ଜଣାପଡିଛି।