ଭୁବନେଶ୍ଵର: ବାତ୍ୟା ଟଳିବାର ୪୮ ଘଣ୍ଟା ମଧ୍ୟରେ ବିଦ୍ୟୁତ୍ ସଂଯୋଗକୁ ଦିଆଯିବଗୁରୁତ୍ୱ। ଶକ୍ତି ବିଭାଗ ପକ୍ଷରୁ ଏନେଇ ବଡ଼ ପ୍ରସ୍ତୁତି ଚାଲିଥିବା ନେଇ ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ ଏହି ସୂଚନା ଦେଇଛନ୍ତି। ତେବେ ସମ୍ଭାବ୍ୟ ବାତ୍ୟା ମୁକାବିଲା ଲାଗି ସରକାରଙ୍କ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିବା କହିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ।
ମନ୍ତ୍ରୀ କହିଛନ୍ତି, ଯଦି ଅଧିକ ପବନ କିମ୍ବା ବର୍ଷା ଯୋଗୁଁ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିଯାଉଛି , ତୁରନ୍ତ ସେ ସବୁକୁ ଲଗାଇବା ପାଇଁ ବ୍ୟବସ୍ଥା ହୋଇଛି। ୯ଟି ଜିଲ୍ଲାରେ ତାର, ଟ୍ରାନ୍ସଫର୍ମର ଓ ବିଦ୍ୟୁତ୍ ଖୁଣ୍ଟ ମହଜୁଦ୍ ରଖାଯାଇଛି। ବାତ୍ୟା ଟଳିବାର ୪୮ ଘଣ୍ଟାରେ ବିଦ୍ୟୁତ୍ ପୁନଃସ୍ଥାପନ କରିବୁ। ଧାନ ଫସଲ ନଷ୍ଟ ହେବାର ଆଶଙ୍କା ରହିଛି। ତେଣୁ ଜିଲ୍ଲାପାଳ ମାନଙ୍କୁ ତୁରନ୍ତ ରିପୋର୍ଟ ଦେବାକୁ କୁହାଯାଇଛି। ଦାନା ସମୟରେ ୭ ଦିନରେ ଟଙ୍କା ଦିଆଯାଇଥିଲା। ଏବେ ମଧ୍ୟ ସେହି ଢଙ୍ଗରେ କ୍ଷତିପୂରଣ ଦିଆଯିବ।
ବାତ୍ୟା ମନ୍ଥା ଏବେ ସ୍ଥଳଭାଗ ନିକଟତର ହେଉଛି। ମଚ୍ଛଲିପଟନମଠାରୁ ୧୪୦ ଏବଂ କାକିନାଡାଠାରୁ ୨୪୦ କିମି ଦୂରରେ ରହିଛି। ଆଜି ସନ୍ଧ୍ୟା କିମ୍ବା ରାତିରେ ସ୍ଥଳଭାଗ ଛୁଇଁବା ନେଇ ସୂଚନା ରହିଛି। ଆନ୍ଧ୍ର ଉକୂଳ କାକିନାଡା ଦଇ ଅତିକ୍ରମ କରିବ ବାତ୍ୟା। ଲ୍ୟାଣ୍ଡଫଲ ବେଳେ ପବନର ବେଗ ସର୍ବାଧିକ ୧୧୦ କିମି ରହିବ।
ଅଧିକ ପଢନ୍ତୁ: ବାତ୍ୟା ମୁକାବିଲା ପ୍ରସ୍ତୁତି: ୨୦୦୦ ଆଶ୍ରୟସ୍ଥଳ ପ୍ରସ୍ତୁତ, ସଜାଗ ଉଦ୍ଧାରକାରୀ ଦଳ