ପାରଳାଖେମୁଣ୍ଡି : ବାତ୍ୟା ଆଶ୍ରୟସ୍ଥଳୀରେ କାର୍ଯ୍ୟରତ ଥିବା ଜଣେ କର୍ମଚାରୀଙ୍କ ଅଚାନକ ମୃତ୍ୟୁ ହୋଇଛି। ଏଭଳି ଏକ ଅଭାବନୀୟ ଘଟଣା ଗଜପତି ଜିଲ୍ଲା ରାୟଗଡ ବ୍ଲକ ପୋତାର ପଞ୍ଚାୟତରେ ଘଟିଛି । ସେଠାରେ ନିୟୋଜିତ ଥିବା ଯୋଗାଣ ସହାୟକ ସୁରେନ୍ଦ୍ର ଗମାଙ୍ଗଙ୍କ ମୃତ୍ୟୁ ଘଟିଛି।
ସୂଚନା ଅନୁଯାୟୀ ଗତ ୨୬ତାରିଖ ଠାରୁ ସେ ବାତ୍ୟା ମୁକାବିଲା କାର୍ଯ୍ୟ କରି ଆସୁଥିଲେ। ତେବେ ଗତକାଲି ରାତିରେ ହଠାତ୍ ତାଙ୍କ ଦେହ ଅସୁସ୍ଥ ହୋଇପଡ଼ିଥିଲା। ତାଙ୍କୁ ତୁରନ୍ତ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବରକୁ ନେଇ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ଅଧିକ ପଢନ୍ତୁ : ବାତ୍ୟା ‘ମୋନ୍ଥା’ର ପ୍ରଭାବ: ଗଜପତିରେ ଭୂସ୍ଖଳନ