ଗଞ୍ଜାମ: ବାତ୍ୟା ମୋନ୍ଥା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି । ଆଜି ସନ୍ଧ୍ୟାକୁ ଆହୁରି ବର୍ଷା ବଢ଼ିବାର ଆକଳନ କରାଯାଇଛି । ସେଥିପାଇଁ ଆଜି ପାଇଁ ୬ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଗଞ୍ଜାମ, ଗଜପତି, କଳାହାଣ୍ଡି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ରେଡ୍ ଆଲର୍ଟରେ ରହିଛି । ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ଜଳ ଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇଛି । କୋରାପୁଟ, ଗଞ୍ଜାମରେ ଥିବା ଏକାଧିକ ଜଳଭଣ୍ଡାରର ଗେଟଗୁଡ଼ିକୁ ଖୋଲାଯାଇଛି ।
ବାତ୍ୟା ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ଦୁଇ ଦିନ ହେବ ପ୍ରବଳ ବର୍ଷା ଲାଗି ରହିଛି । ସେଥିପାଇଁ ଜଳଭଣ୍ଡାରରେ ଜଳ ସ୍ତର ବୃଦ୍ଧି ପାଇଛି । ଜିଲ୍ଲାର ବାଘଲଟି ଜଳଭଣ୍ଡାରର ୩ଟି ଗେଟ୍ ଖୋଲାଯାଇଛି । ସେହିପରି ଭଞ୍ଜନଗର ଡହ ଜଳଭଣ୍ଡାରରେ ଗୋଟିଏ ଗେଟ୍ ଖୋଲାଯାଇଛି । ଜଳ ଭଣ୍ଡାରେ ୯୫ ପ୍ରତିଶତ ଜଳ ଭର୍ତ୍ତି ହୋଇ ରହିଛି । ତେଣୁ ଆଜି ସନ୍ଧ୍ୟା ସୁଦ୍ଧା ୮୦୦ କ୍ୟୁସେକ୍ ଜଳ ନିଷ୍କାସନ କରିବାକୁ ଲକ୍ଷ୍ୟ ରଖାଯାଇଛି ।
ଗତକାଲି କୋରାପୁଟ ମାଛକୁଣ୍ଡ ଜଳ ଭଣ୍ଡାରରେ ୬ଟି ଗେଟ୍ ଖୋଲାଯାଇଥିଲା । ମାଛକୁଣ୍ଡ ଡି ଡ୍ୟାମର ୬ ଏବଂ ୭ ନମ୍ବର ଗେଟ୍ ମଧ୍ୟ ଖୋଲାଯାଇଛି । ଏହା ସହିତ ଜଳାପୁଟରେ ୪ଟି ଗେଟ୍ ଖୋଲାଯାଇଛି ।
ତେବେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଛତିଶଗଡ଼ରେ ଅଧିକ ବର୍ଷା ହେବାକୁ ଥିବାରୁ ବିଭିନ୍ନ ଜଳ ଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବ । ତେଣୁ ଏହାକୁ ଦୃଷ୍ଟିରେ ରଖି