ନୂଆଦିଲ୍ଲୀ: ପାକିସ୍ତାନ ପୁଣି ଥରେ ନିଜ ହରକତକୁ ଫେରି ଆସିଛି । ସୀମାରେ ପାକିସ୍ତାନ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରିଛନ୍ତି । ଅକ୍ଟୋବର ୨୬ ଓ ୨୭ ରାତିରେ ଜମ୍ମୁ କାଶ୍ମୀରର ନିୟନ୍ତ୍ରଣ ରେଖା ନିକଟସ୍ଥ ଲୀପା ଘାଟିରେ ପାକ୍ ସେନା ଗୁଳି ଏବଂ ମୋର୍ଟାର ମାଡ଼ କରିଛି ।
ଭାରତୀୟ ସେନା ପାକିସ୍ତାନକୁ କଡ଼ା ଜବାବ ଦେଇଛି । ପୁଣି ଥରେ ରାତିର ଅନ୍ଧାରର ଫାଇଦା ଉଠାଇ ଭାରତୀୟ ସେନାଙ୍କୁ ଟାର୍ଗେଟ୍ କରାଯାଇଥିଲା । କିନ୍ତୁ ପାକିସ୍ତାନର ଏଭଳି କାଣ୍ଡକୁ ବିଫଳ କରିଥିଲେ ଭାରତୀୟ ଯବାନ ।
ଗତ କିଛି ଦିନ ହେବ ପାକିସ୍ତାନ ବିଚଳିତ ଅବସ୍ଥାରେ ରହିଛି । ନିଜର କେନ୍ଦ୍ରୀୟ ଏବଂ ଦକ୍ଷିଣ ଏୟାରସ୍ପେସର ଏୟାର ଟ୍ରାଫିକ ରୁଟ୍ସ ଗୁଡ଼ିକରେ ରୋକ୍ ଲଗାଇବାକୁ ପାକିସ୍ତାନ ନୋଟିସ୍ ଜାରି କରିଛି । ସେପଟେ ଭାରତ ସୀମାରେ ଟ୍ରାଇ-ସର୍ଭିସେସ୍ ଏକ୍ସରସାଇଜ, ତ୍ରିଶୂଳର ପାଇଁ ପ୍ରସ୍ତୁତି କରୁଥିବାବେଳେ ପାକିସ୍ତାନ ଏଭଳି ନୋଟିସ୍ କରିଛି ।