ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘ(ଆରଏସଏସ)ର କାର୍ଯ୍ୟକ୍ରମ ଉପରେ ରୋକ୍ ଲଗାଇବା ନେଇ କର୍ଣ୍ଣାଟକ ସରକାରଙ୍କୁ ଲାଗିଲା ବଡ ଝଟକା । ସରକାର୮୍କ ଆଦେଶ ଉପରେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି । ଜଷ୍ଟିସ ଏମ ନାଗାପ୍ରସନ୍ନାଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ରାଜ୍ୟ ସରକାର ଓ ହୁବଲି ପୋଲିସ କମିଶନରଙ୍କ ଆଦେଶ ଉପରେ ରୋକ୍ ଲଗାଇ କହିଛନ୍ତି, ସରକାରଙ୍କୁ ଏହାର ସାମ୍ବିଧାନିକ ଅଧିକାର କେଉଁଠୁ ମିଳିଲା । ଅକ୍ଟୋବର ୧୮ରେ ରାଜ୍ୟ ସରକାର କହିଥିଲେ, ବିନା ଅନୁମତିରେ ୧୦ରୁ ଅଧିକ ଲୋକ ଏକତ୍ରିତ ହେବା ଅପରାଧ । ଏହା ବ୍ୟତୀତ ପାର୍କ, ସଡକ ଓ ପଡିଆରେ ଅଧିକ ଲୋକ ଏକତ୍ରିତ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ହାଇକୋର୍ଟ କହିଛନ୍ତି, ସମ୍ବିଧାନର ଧାରା ୧୯(୧)(ଏ), ୧୯(୧)(ବି) ଆଧାରରେ ଦିଆଯାଇଥିବା ଅଧିକାର ଉପରେ ସରକାର ରୋକ୍ ଲଗାଇ ପାରିବେ ନାହିଁ । ସମସ୍ତଙ୍କୁ ସ୍ୱାଧୀନତାର ଅଧିକାର ଓ ଶାନ୍ତି ଢଙ୍ଗରେ ସଭା ସମିତି କରିବାର ଅଧିକାର ରହିଛି । ସରକାର ଏଥିରେ ଦଖଲ ଦେଇ ପାରିବେ ନାହିଁ । ଏହି ମାମଲାରେ ଆଗକୁ ଶୁଣାଣି ହେବାର ଅଛି । ବର୍ତ୍ତମାନ କୋର୍ଟଙ୍କ ଏହି ଆଦେଶ ପରେ ଆରଏସଏସକୁ ଅନ୍ତରୀଣ ଆଶ୍ୱସ୍ତି ମିଳିଛି ।
ବିଜେପି ସାଂସଦ ତେଜସ୍ୱୀ ସୂର୍ଯ୍ୟ କହିଥିଲେ ଯେ, ଆରଏସଏସ ବିରୋଧରେ ଏହି ସମସ୍ତ ପଦକ୍ଷେପ ପ୍ରିୟଙ୍କ ଖଡଗେଙ୍କ ଇସାରାରେ ଉଠାଯାଇଛି । ଆରଏସଏସ ନିଜର କାର୍ଯ୍ୟକ୍ରମ ଶାନ୍ତିପୂର୍ଣ୍ଣ ତରିକାରେ କରିଥାଏ । ଶୋଭାଯାତ୍ରା ମଧ୍ୟ ଶାନ୍ତିପୂର୍ଣ୍ଣ ଢଙ୍ଗରେ କରିଥାଏ । କିନ୍ତୁ କର୍ଣ୍ଣାଟକର କ୍ୟାବିନେଟ୍ ଆରଏସଏସ କାର୍ଯ୍ୟକ୍ରମ ଏବଂ ଶାଖା ଉପରେ ରୋକ୍ ଲଗାଇବା ପାଇଁ ଆଦେଶକୁ ମଞ୍ଜୁରୀ ଦେଇଥିଲେ । ଏହାକୁ ବିଜେପି ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲା । ଆଉ ଏହା ଉପରେ ଆଜି ହାଇକୋର୍ଟ ଶୁଣାଣି କରିଥିଲେ ।
Also read: ଅମିତ ଶାହଙ୍କୁ ଆନାକୋଣ୍ଡା ସହ ତୁଳନା କଲେ ଉଦ୍ଧବ ଠାକରେ, କହିଲେ- ମୁମ୍ବାଇକୁ ଗିଳିବାକୁ ଚାଲିଛି ଉଦ୍ୟମ