ମାଡି ଆସୁଛି ଭୀଷଣ ବାତ୍ୟା ମୋନ୍ଥା। ଆନ୍ଧ୍ର ଉପକୂଳ ମୁହାଁ ହେବ ସହ କାକିନାଡାରେ ଉତ୍ପାତ ଆରମ୍ଭ କରିଛି। ଘଣ୍ଟା ପ୍ରତି ୧୫ କିଲୋମିଟର ବେଗରେ ଆଗକୁ ବଢୁଛି। ମଛଲିପାଟନମ ଠାରୁ ୫୦କିମି ଦୂରରେ ରହିଥିବା ବେଳେ କାକିନାଡ଼ାଠୁ ୧୩୦ ଦୂରରେ ରହିଛି ‘ମୋନ୍ଥା’। ବଙ୍ଗୋପସାଗରରୁ ବଳ ଗୋଟାଇ ଉପକୂଳ ଆଡକୁ ସୁ-ସୁ ହୋଇ ମାଡିଆସୁଛି। ଆଉ କିଛି ସମୟ ଭିତରେ ହେବ ସିଭିୟର ସାଇକ୍ଲୋନ।
ଧୀରେ ଧୀରେ ସମୟ ଯେତେ ଗଡୁଛି, ବାତ୍ୟା ସେତିକି ସ୍ଥଳଭାଗମୁହାଁ ହେବାରେ ଲାଗିଛି। ଆନ୍ଧ୍ରପ୍ରଦେଶରେ ଏବେ ପବନର ବେଗ ବି ବଢ଼ିବାରେ ଲାଗିଛି। କାକିନାଡ଼ାରେ ବାତ୍ୟା ପ୍ରଭାବରେ ସମୁଦ୍ର ଅଶାନ୍ତ ରହିଛି। ସମୁଦ୍ରରୁ ୩ରୁ ୪ ଫୁଟ ଉଚ୍ଚର ଜୁଆର ଉଠିଆସିବା ଫଳରେ ରାସ୍ତା ଉପରକୁ ଢେଉ ମାଡିଆସୁଛି। ଓଡ଼ିଶାରେ ବି ଏହାର ପ୍ରଭାବରେ
ଟୁଇନ ସିଟି ସମେତ ସାରା ଦକ୍ଷିଣ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଜାରି ରହିଛି। ଆଜି ବର୍ଷା ପାଇଁ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ଆଇଏମ୍ଡି। ଏହା ସହ ନବରଙ୍ଗପୁର, କଳାହାଣ୍ତି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ବର୍ଷା ସମୟରେ ଲୋକମାନେ ଘରୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି।