‘ମୋନ୍ଥା’ ପ୍ରଭାବରେ ଗଜପତି ଜିଲ୍ଲା ସବୁଠୁ ଅଧିକ ପ୍ରଭାବିତ ହୋଇଛି। ବାତ୍ୟାକୁ ନେଇ ଅଗ୍ନିଶମ ଡିଜି ସୁଧାଂଶୁ ଷଡଙ୍ଗୀ ଏହି ସୂଚନା ଦେଇଛନ୍ତି। ଗଜପତି ଜିଲ୍ଲାର କାଶୀନଗର ଓ ଆର.ଉଦୟଗିରିରେ ମାଟି ଅତଡ଼ା ଖସିଛି। ଗୁମ୍ମା , ମୋହନା ରାୟଗଡ଼ା ବି ପ୍ରଭାବିତ ହୋଇଛି। ଏହା ସହ ଭୁସ୍ଖଳନ ମଧ୍ୟ ହୋଇଛି। ଚିକିଟି ଓ ପାତ୍ରପୁରରେ ପ୍ରବଳ ବର୍ଷା ଯୋଗୁଁ ଗଛ ଉପୁଡି ପଡ଼ିଛି। ରାସ୍ତାରେ ଗଛ ପଡ଼ିଥିବା ନେଇ ୨୨ଟି ଅଭିଯୋଗ ଆସିଛି।
ବାତ୍ୟା ଯୋଗୁଁ ଗତକାଲି ରାତିଠାରୁ ପ୍ରବଳରୁ ଅତି ପ୍ରବଳ ଲାଗି ରହିଛି। ବର୍ଷା ହାଲୁକା କମିଥିଲେ ସୁଦ୍ଧା ମହେନ୍ଦ୍ରଗଡ଼, ଉଦୟପୁର ଅଞ୍ଚଳରେ ଗଛ ଉପୁଡ଼ି ରାସ୍ତା ଉପରେ ପଡ଼ିଥିଲା। ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ତେବେ ଏନ୍ଡିଆର୍ଏଫ୍ ଟିମ୍ ଗଛ କାଟି ରାସ୍ତା ସଫା କରିବା ପରେ ଯାତାୟାତ ସ୍ୱାଭାବିକ ହୋଇଛି। ଏହାପରେ ଆର ଉଦୟଗିରିର ବ୍ଲକ ବଡ଼ ଗାଁ ରାସ୍ତା ଉପରେ ଏକ ବିରାଟକାୟ ପଥର ସହ ମାଟି ଅତଡ଼ା ଖସିଛି। ଫଳରେ ଏଠାରେ ଯାତାୟାତ ଠପ ହୋଇଛି । ତେବେ ପ୍ରଶାସନ ପକ୍ଷରୁ ଏହାକୁ ନେଇ ତତ୍ପରତା ପ୍ରକାଶ ପାଇଛି। ତେବେ ବର୍ତ୍ତମାନ ସୁଦ୍ଧା ସମସ୍ତେ ସୁରକ୍ଷିତ ଅଛନ୍ତି କାହାର ମୃତ୍ୟୁ ସୂଚନା ମିଳିନାହିଁ ବୋଲି ଅଗ୍ନିଶମ ଡିଜି ସୁଧାଂଶୁ ଷଡଙ୍ଗୀଙ୍କ ସୂଚନା ଦେଇଛନ୍ତି।