ବାତ୍ୟା ମୋନ୍ଥାକୁ ନେଇ ସବୁଠୁ ବଡ଼ ଅପଡେଟ୍। ସିଭିୟର ସାଇକ୍ଲୋନ 'ମୋନ୍ଥା'ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଛି। ଲ୍ୟାଣ୍ଡଫଲ୍ ପ୍ରଭାବରେ ଆନ୍ଧ୍ରପ୍ରଦେଶର କାକିନାଡ଼ାରେ ଏବେ ପ୍ରବଳ ପବନ ସାଙ୍ଗକୁ ବର୍ଷା ହେଉଛି। ଲ୍ୟାଣ୍ଡଫଲ୍ ପକ୍ରିୟା ୫ ଘଣ୍ଟା ଧରି ଚାଲିବ। ଲ୍ୟାଣ୍ଡଫଲ୍ ଆରମ୍ଭ ହେଉହେଉ ସାମାନ୍ୟ ଦକ୍ଷିଣକୁ ବୁଲିଛି ବାତ୍ୟା। ଆନ୍ଧ୍ରପ୍ରଦେଶ କାକିନାଡା ପରିବର୍ତ୍ତେ ମଚ୍ଛଲିପଟନରେ ମାଡ଼ ହେବାକୁ ଯାଉଛି। ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ୪ରୁ ୫ଘଣ୍ଟା ରହିବ ବୋଲି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ଲ୍ୟାଣ୍ଡଫଲ ପରେ କ୍ରମଶଃ ଦୁର୍ବଳ ହେବ ବାତ୍ୟା।
ଏହି ଲ୍ୟାଣ୍ଡଫଲ ପ୍ରକ୍ରିୟା ମଧ୍ୟରାତ୍ରୀ ୧୨ଟା ଯାଏ ରହିବ। ପବନର ବେଗ ୧୦୦ରୁ ୧୧୦ କିମି ରହିପାରେ। ବାତ୍ୟା ମୋନ୍ଥାର ଲ୍ୟାଣ୍ଡଫଲ୍ କରିବା ପରେ କାକିନାଡ଼ାରେ ବ୍ୟାପକ କ୍ଷୟକ୍ଷତି ଘଟାଇବା ଆରମ୍ଭ କରିଛି । ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହେବାପରେ ସୁ ସୁ ଗର୍ଜନ ଛାଡ଼ୁଛି ସମୁଦ୍ର। ବାତ୍ୟାକୁ ଦୃଷ୍ଟିରେ ରଖି କାକିନାଡ଼ାରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଏବେ ସମୁଦ୍ର ସମ୍ପୂର୍ଣ୍ଣ ଅଶାନ୍ତ ହୋଇ ପଡ଼ିଛି ।
ସେପଟେ ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଆରମ୍ଭ ହୋଇଛି। ବିଭିନ୍ନ ଜିଲାରେ ୬୦ରୁ ୬୫ କିମି ବେଗରେ ପବନ ରହିଛି। ତେବେ ଆଉ କିଛି ସମୟ ପରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। କେବଳ ଆଜି ନୁହେଁ ଆସନ୍ତାକାଲି ମଧ୍ୟ ପୂରା ଓଡ଼ିଶାରେ ପ୍ରବଳ ବର୍ଷା ହେବ।
ଅଧିକ ପଢନ୍ତୁ: ବାତ୍ୟା ମୋନ୍ଥା’ ପ୍ରଭାବରେ ଗଜପତି ଜିଲ୍ଲା ଅଧିକ ପ୍ରଭାବିତ; ଭୂସ୍ଖଳନ ଯୋଗୁଁ ଅନେକ ସ୍ଥାନରେ ରାସ୍ତା ଅବରୋଧ - ଅଗ୍ନିଶମ ଡିଜି