ଭୁବନେଶ୍ୱର: ଅଲମ୍ପିଆନ୍ ତଥା ଓଡ଼ିଶା ହକିର ଅନ୍ୟତମ ସଫଳ ତାରକା ବୀରେନ୍ଦ୍ର ଲାକ୍ରାଙ୍କୁ ନୂଆ ଦାୟିତ୍ୱ ମିଳିଛି । ଲାକ୍ରା ଏବେ ଭାରତୀୟ କନିଷ୍ଠ ପୁରୁଷ ହକି ଦଳର ସହକାରୀ ପ୍ରଶିକ୍ଷକ ଭାବେ ନିଯୁକ୍ତି ପାଇଛନ୍ତି । ଚଳିତବର୍ଷ ନଭେମ୍ବର ୨୮ରୁ ଡିସେମ୍ବର ୧୦ ଯାଏଁ ହେବାକୁ ଥିବା କନିଷ୍ଠ ବିଶ୍ୱ କପ୍ ପୂର୍ବରୁ ବିରେନ୍ଦ୍ର ଲାକ୍ରାଙ୍କୁ ଏହି ଗୁରୁ ଦାୟିତ୍ୱ ଦେଇ ହକି ଇଣ୍ଡିଆ ଏକ ମାଷ୍ଟରଷ୍ଟ୍ରୋକ୍ ଖେଳିଛି ।
୩୫ ବର୍ଷୀୟ ଅଭିଜ୍ଞ ଡିଫେଣ୍ଡର କିମ୍ବଦନ୍ତୀ ଗୋଲକିପର ପିଆର ଶ୍ରୀଜେଶଙ୍କ ସହିତ କାର୍ଯ୍ୟ କରିବେ । ଶ୍ରୀଜେଶ ବର୍ତ୍ତମାନ ଦଳର ପ୍ରଶିକ୍ଷକ ଭାବରେ କାର୍ଯ୍ୟ କରୁଛନ୍ତି। ବିରେନ୍ଦ୍ର ଲାକ୍ରା ତାଙ୍କର ନୂତନ ଦାୟିତ୍ବ ବିଷୟରେ କହିଛନ୍ତି, “ଏତେ ଗୁରୁତ୍ୱପୂର୍ଣ୍ଣ ସମୟରେ ଭାରତୀୟ ଜୁନିଅର ପୁରୁଷ ଦଳର ଅଂଶ ହେବା ଏକ ବଡ଼ ସମ୍ମାନର କଥା। ମୁଁ ଜାଣେ ଯେ ଭାରତ ଜର୍ସି ପିନ୍ଧିବା ପାଇଁ କ’ଣ ଆବଶ୍ୟକ, ଏବଂ ବର୍ତ୍ତମାନ ମୁଁ ପରବର୍ତ୍ତୀ ପିଢ଼ିର ଖେଳାଳିମାନଙ୍କୁ ବଡ଼ ପର୍ଯ୍ୟାୟ ପାଇଁ ପ୍ରସ୍ତୁତ ହେବାରେ ସାହାଯ୍ୟ କରିବି। ସାଥୀ ଖେଳାଳି୍ ଶ୍ରୀଜେଶଙ୍କ ସହିତ କାମ କରିବା ଏକ ରୋମାଞ୍ଚକର ଚ୍ୟାଲେଞ୍ଜ। ଆମେ ଆଗାମୀ ଟୁର୍ଣ୍ଣାମେଣ୍ଟଗୁଡ଼ିକ ପାଇଁ ଏକ ନିର୍ଭୀକ ଏବଂ ଭଲ ଭାବରେ ପ୍ରସ୍ତୁତ ଦଳ ଗଠନ କରିବାକୁ ପ୍ରତିବଦ୍ଧ ।
୨୦୧୦ରେ ଅନ୍ତର୍ଜାତୀୟ ସ୍ତରରେ କ୍ରୀଡ଼ା ପ୍ରଦର୍ଶନ କରିଥିବା ବିରେନ୍ଦ୍ର ଲାକ୍ରା ହେୁଛନ୍ତି ଦେଶର ଜଣେ ସୁଦକ୍ଷ ଖେଳାଳୀ । ତାଙ୍କର ବିଶ୍ୱକପ୍, ଏସୀୟ କ୍ରୀଡ଼ା, ରାଜ୍ୟଗୋଷ୍ଠୀ କ୍ରୀଡ଼ା, ଏବଂ ଲଣ୍ଡନ(୨୦୧୨) ଓ ଟୋକିଓ ଅଲିମ୍ପିକ୍ସ (୨୦୨୦) ଖେଳିବା ଅଭିଜ୍ଞତା ରହିଛି ।