ଭୁବନେଶ୍ୱର: ପୁଣି ବିଳମ୍ବିତ ରାତିରେ ରାଜଧାନୀ ଭୁବନେଶ୍ୱରରେ ଫୁଟିଲା ଗୁଳି। ଇନ୍ଫୋଭ୍ୟାଲି ଥାନା ଅଞ୍ଚଳରେ ଏପରି ଏକ ଘଟଣା ଘଟିଛି । ଗୁଳିମାଡ଼ରେ ଜଣେ ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।
ସୂଚନା ଅନୁସାରେ, ଭୁବନେଶ୍ୱରର ଇନ୍ଫୋଭ୍ୟାଲି ଅଞ୍ଚଳରପିତାପଲ୍ଳୀ ରାସ୍ତାରେ ରୋଡ ରେଜକୁ ନେଇ ଯୁବକଙ୍କ ଉପରକୁ ଗୁଳିମାଡ଼ ହୋଇଛି । ଗୁଳିମାଡ଼ ଓ ଗଣ୍ଡଗୋଳରେ ଦୁଇ ଜଣ ଆହତ ହୋଇଛନ୍ତି । ତୁରନ୍ତ ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଦୁଇ ଅଭିଯୁକ୍ତ ଗୁଳିକାଣ୍ଡ କରିଥିବା ଜଣାପଡ଼ିଥିଲେ ମଧ୍ୟ ସେମାନେ ଫେରାର ଅଛନ୍ତି । ଗୁଳିମାଡ଼ କରିଥିବା ଯୁବକ ପାଣିଓଳା ଅଞ୍ଚଳର ବୋଲି ଜଣାପଡିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି । ଏନେଇ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।