କଟକ: ପୁଣି ଜଣେ କଏଦୀ ଜୀବନ ହାରିଲେ ଜେଲ୍ ଭିତରେ । ଆଜୀବନ ସଜା କାଟୁଥିଲେ କଏଦୀ ଜଣଙ୍କ । ଏପରି ଏକ ଅଭାବନୀୟ ଘଟଣା ଚୌଦ୍ବାର ଜେଲ୍ ପରିସରରୁ ଦେଖିବା ପାଇଁ ମିଳିଛି ।
ସୂଚନା ଅନୁସାରେ, ଚୌଦ୍ୱାର ଜେଲ୍ ପରିସରରେ ଆମ୍ବ ଗଛରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଛନ୍ତି କଏଦୀ ଜଣଙ୍କ। ମୃତ କଏଦୀ ଜଣଙ୍କ ହେଲେ କଟକ ଜିଲ୍ଲା ଟାଙ୍ଗୀ ଜରିପଡ଼ା ପଞ୍ଚାୟତ ସାମନ୍ତରାପୁର ଗ୍ରାମର ବିଷ୍ଣୁ ପ୍ରସାଦ ସ୍ବାଇଁ । ବିଷ୍ଣୁ ପ୍ରସାଦ ଏକ ହତ୍ୟା ଘଟଣାରେ ସଜା କାଟୁଥିଲେ । ହେଲେ କାହିଁକି ଆତ୍ମହତ୍ୟା କରିଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ସେ ତାଙ୍କ ମା’ଙ୍କ ଶୁଦ୍ଧି କ୍ରିୟା ପାଇଁ ଜେଲ୍ରୁ ୧୦ଦିନ ପାଇଁ ଘରକୁ ଯାଇ ପୁଣି ଜେଲକୁ ଫେରିଥିଲେ । ଶନିବାର ଅପରାହ୍ନ ୪ଟା ସମୟରେ ଜେଲ୍ ଭିତରେ ଏଭଳି ଘଟଣା ଘଟିଥିଲା ।