ଭୁବନେଶ୍ୱର : ରାତି ପାହିଲେ ସାବିତ୍ରୀ ବ୍ରତ। ଏଥିପାଇଁ ଚଳଚଞ୍ଚଳ ହେଲାଣି ସବୁ ପରିବେଶ। ତେବେ ସାବିତ୍ରୀ ବ୍ରତକୁ ନେଇ ଶଙ୍ଖା ସିନ୍ଦୁରଠାରୁ ଶାଢ଼ୀ, ବ୍ରତ, ଚୁଡ଼ି, ନଡ଼ିଆ କଦଳୀଠାରୁ ଆରମ୍ଭ କରି ସପୁରୀ ପଣସ ଯାଏଁ ସବୁ ଦରକାର ହୋଇଥାଏ। ତେବେ ଏହି ସବୁ ସାମଗ୍ରୀ କିଣିବାକୁ ଦୋକାନରେ ଭିଡ ଲାଗିଥିବା ବେଳେ ଦୋକାନରେ ଫଳର ଦାମ ଆକାଶ ଛୁଆଁ ରହିଛି।
ତେବେ ସେଓ କିଲୋ ୩ଶହ, ଡାଳିମ୍ବ କିଲୋ ୨୦୦ରୁ ୨୫୦, କଦଳୀ ଡଜନ ୮୦ରୁ ୧୦୦, ସପୁରୀ ଗୋଟା ୫୦, ଅଙ୍ଗୁର ୨୦୦ ଏମିତି ଦର ଶୁଣି ମହିଳାମାନେ କଣ କିଣିବେ ଜନିପରୁନାହାନ୍ତି। କାରଣ ଯାହା ବି କିଣିବେ ସବୁର ଦାମ ଆକାଶ ଛୁଆଁ। ତେବେ ଯାହା ହେଲେବି ପୂଜାରେ ତ ଫଳର ଆବଶ୍ୟକତା ରହିଛି ତେଣୁ ଏକ କିଲୋ ଜାଗାରେ ଅଧା କିଲୋ, ଅଧା କିଲୋ ଜାଗାରେ ଅଢେଇ ଶହରୁ ୩ଶହ ଗ୍ରାମ ନେଇ ଘରକୁ ଫେରୁଛନ୍ତି।