ବୌଦ୍ଧ: ଆସୁଛି ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା।ତେଣୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଗଲାଣି ରଥ କାମ।ଏପରିକି ପାଖାପାଖି ରଥ କାଠ ନିର୍ମାଣ ମଧ୍ୟ ଶେଷ ହେବାକୁ ବସିଲାଣି। ଏହାରି ଭିତରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ ପାଇଁ ବୌଦ୍ଧ ବନଖଣ୍ଡର ମାଧପୁର ରେଞ୍ଜରୁ ୭୦ ଖଣ୍ଡ ଅସନ କାଠ ପୁରୀ ରଥଖଳାକୁ ପଠାଯାଇଛି। ତେବେ ଚଳିତବର୍ଷ ଦ୍ଵିତୀୟ ପର୍ଯ୍ୟାୟରେ ବୌଦ୍ଧରୁ ପୁରୀକୁ ରଥ କାଠ ପ୍ରେରଣ କରାଯାଇଛି ।
ତେବେ ବୌଦ୍ଧରୁ ସମସ୍ତ ସଂକୀର୍ତ୍ତନ ମଣ୍ଡଳୀମାନେ ରଥକାଠ ବୋଝେଇ ନେଇ ଘଣ୍ଟ ବାଦ୍ୟ, ହରିବୋଲି ଓ ହୁଳହୁଳି ଦେଇ ମହାପ୍ରଭୁଙ୍କ କାଠକୁ ପୁରୀ ଅଭିମୁଖେ ନେଇଯାଇଥିଲେ। ତେବେ ପୁରୀରେ ମଧ୍ୟ ଆଜି ୭୦ ଖଣ୍ଡ ରଥ କାଠ ପହଞ୍ଚି ସରିଛି। ତେବେ ଆସିଥିବା ଏହି ସବୁ କାଠ ମଧ୍ୟ ରଥ ନିର୍ମାଣରେ ବ୍ୟବହାର କରାଯିବ। ତେବେ ଦେଖିବାକୁ ଗଲେ ରଥଯାତ୍ରା ଆସିଲେ ପ୍ରତ୍ୟେକ ବର୍ଷ ବୌଦ୍ଧରୁ କାଠ ଯାଇଥାଏ। ହେଲେ ଚଳିତ ବର୍ଷ ୨ ଥର ପାଇଁ ବୌଦ୍ଧରୁ କାଠ ଯାଇଛି ରଥ ନିର୍ମାଣ ପାଇଁ।