ସମ୍ବଲପୁର; କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ସମ୍ବଲପୁର ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଶିଲାନ୍ୟାସ କରିଛନ୍ତି । ପ୍ରଥମେ ସେ ସମ୍ବଲପୁର ଦୁର୍ଗାପାଲି ସ୍ଥିତ ରେଲଓ୍ୱେ ଓଭର ବ୍ରିଜର ଉଦଘାଟନ କରିଥିଲେ। ଏହି ବ୍ରିଜ୍ ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ଟ୍ରାଫିକ୍ ନିୟନ୍ତ୍ରଣ ହ୍ରାସ ହେବା ସହ ଜନସାଧାରଣଙ୍କ ଯାତାୟତ ସୁରକ୍ଷିତ ହେବ ବୋଲି ସେ କହିଛନ୍ତି । ସେହିପରି ଅନ୍ୟପଟେ ସମ୍ବଲପୁର ଚିଡ଼ିଆଖାନା ପରିଦର୍ଶନ କରି ପଶୁପକ୍ଷୀ ମାନଙ୍କ ରକ୍ଷଣା ବେକ୍ଷଣାର ସମୀକ୍ଷା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ l ପ୍ରତେକ ଦିନ ସମ୍ବଲପୁର ଚିଡ଼ିଆଖାନାକୁ ପର୍ଯ୍ୟଟକଙ୍କ ସଂଖ୍ୟା ବଢୁଥିବା ଜାଣି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି । ସମ୍ବଲପୁର ଚିଡିଆଖାନା ସମଗ୍ର ପଶ୍ଚିମ ଓଡ଼ିଶାର ଏକ ମାତ୍ର ଚିଡିଆଖାନା ହୋଇଥିବାରୁ ଏହାର ବିକାଶ ପାଇଁ ବନ ବିଭାଗକୁ ପରାମର୍ଷ ଦେଇଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ ସମ୍ବଲପୁର ପୋତାପାଲିସ୍ଥିତ ‘ଶ୍ରୀକୃଷ୍ଣ ଗୌଶାଲା’ର ଅତ୍ୟାଧୁନିକ ନବ ପ୍ରକଳ୍ପ ନିର୍ମାଣ ପାଇଁ ଭୂମିପୂଜନ କରିଛନ୍ତି। ଆଗାମୀ ଦିନରେ ଏମସିଏଲର ସାମାଜିକ ଦାୟିତ୍ୱ ପଦକ୍ଷେପ ଅଧୀନରେ ଏଠାରେ ନୂଆ ଭବନ ନିର୍ମାଣ ସହ ଆନୁଷଙ୍ଗିକ କାମ ହେବ। ସମାଜର ସହଭାଗିତାରେ ଏହି ଗୌଶାଲାକୁ ଆଗେଇ ନେବା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି କହିଛନ୍ତି ଧର୍ମେନ୍ଦ୍ର।ଉକ୍ତ କାର୍ଯ୍ୟକ୍ରମରେ ତାଙ୍କ ସହ ପଞ୍ଚାୟତରାଜ ମନ୍ତ୍ରୀ ରବିନାରୟଣ ନାୟକ ଓ ସମ୍ବଲପୁର ବିଧାୟକ ଜୟ ନାରୟଣ ମିଶ୍ର ମଧ୍ୟ ଉପସ୍ଥିତ ଥିଲେ। ଆଜିର ପଦକ୍ଷେପ ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜ୍ଞାପନ କରିଚନ୍ତି ।