‘ମିସାଇଲ ମ୍ୟାନ୍’ ଡକ୍ଟର ଏପିଜେ ଅବଦୁଲ କଲାମଙ୍କର ଆସୁଚି ବାୟୋପିକ। ଏହି ବୟୋପିକ ରେ ଅବଦୁଲ କଲାମଙ୍କ ଭୂମିକାରେ ସାଉଥ୍ ଅଭିନେତା ଧନୁଷ ପରଦାରେ ଅଭିନୟ କରିବାକୁ ଯାଉଛନ୍ତି। ତେବେ ଏହି ଫିଲ୍ମ ଦେର ନିର୍ଦ୍ଦେଶନା ଦେବେ ଓମ୍ ରାଉତ।
ଦେଶ ପାଇଁ ଗର୍ବ ଏବଂ ଗୌରବ ର ପାତ୍ର ଥିଲେ ଡକ୍ଟର ଏପିଜେ ଅବଦୁଲ କଲାମ। ଯାହାଙ୍କୁ ସମଗ୍ର ଦେଶ ପ୍ରଣାମ କରେ। ଭାରତର ୧୧ତମ ରାଷ୍ଟ୍ରପତି ଏବଂ ‘ମିସାଇଲ୍ ମ୍ୟାନ୍’ ଭାବରେ ସେ ବେଶ୍ ଜଣାଶୁଣା। ସେ ଦେଇଥିବା ଉପଦେଶ ଆଜିବି ସମସ୍ତଙ୍କ ଜୀବନରେ ଅନେକ କାର୍ଯ୍ୟକରି ହୋଇଥାଏ। ଯେତେବେଳେ କଲାମଙ୍କ ପ୍ରେରଣାଦାୟକ ଜୀବନକୁ ନେଇ ପରଦାରେ ଆସୁଛି ତାଙ୍କର ବାୟୋପିକ୍। ଏହାକୁ ଦେଖିବା ପାଇଁ ଉତ୍କଣ୍ଠାର ସହିତ ଅପେକ୍ଷା କରି ରହିଛନ୍ତି ସିନେ ଫ୍ୟାନ।
ତେବେ ଏହି ଚଳଚ୍ଚିତ୍ରରେ ଡକ୍ଟର ଏପିଜେ ଅବଦୁଲ କଲାମଙ୍କୁ ଜୀବନ ଠୁ ଆରମ୍ଭ କରି ସଂଘର୍ଷ ପର୍ଯ୍ୟନ୍ତ ସମସ୍ତ କାହାଣୀ ଦେଖିବାକୁ ମିଳିବ। ଏହାସହିତ ତାଙ୍କ ପିଲାଦିନର କଥା। ଏହାସହିତ ଲୋକଙ୍କ ପ୍ରତି ତାଙ୍କ ଭଲ ପାଇବା ଏବଂ ସମସ୍ତଙ୍କୁ ଭଲ କଥା ଶିଖେଇବା ମଧ୍ୟ ଦେଖିବାକୁ ମିଳିବ।