ଟଲିଉଡ୍ ଷ୍ଟାର କାର୍ତ୍ତିକ ଶିବକୁମାର ଆଜି ୪୮ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। କାର୍ତ୍ତିଙ୍କ ଜନ୍ମଦିନରେ ଟଲିଉଡ୍ ଷ୍ଟାରଙ୍କ ସମେତ ଅନେକ ପ୍ରଶଂସକ ତାଙ୍କୁ ସୋସିଆଲ ମିଡିଆରେ ଅଭିନନ୍ଦନ ଜଣାଇଛନ୍ତି। ତେବେ ତାଙ୍କ କ୍ୟାରିଅରରେ ଏପର୍ଯ୍ୟନ୍ତ ୧୧୪ ରୁ ଅଧିକ ଫିଲ୍ମ ଏବଂ ଧାରାବାହିକରେ କାମ କରିସାରିଛନ୍ତି। ଏପରିକି ତାଙ୍କ ଅଭିନୟ ପାଇଁ ମଧ୍ୟ ତାଙ୍କୁ ୨୦ ରୁ ଉର୍ଦ୍ଧ ପୁରସ୍କାରରେ ସମ୍ମାନିତ କରାଯାଇଛି। କିନ୍ତୁ ବହୁତ କମ୍ ଲୋକ ଜାଣନ୍ତି ଯେ କାର୍ତ୍ତିଙ୍କ ଷ୍ଟାରଡମ ଯାତ୍ରା ବିଷୟରେ। ତେବେ ଆସନ୍ତୁ ଜାଣିବା କାର୍ତ୍ତିଙ୍କ ବିଷୟରେ କିଛି ତଥ୍ୟ।
୨୫ ମଇ ୧୯୭୭ ମସିହାରେ ଚେନ୍ନାଇ ରେ ଜନ୍ମ ଗ୍ରହଣ କରିଥିଲେ କାର୍ତ୍ତି। ସେ ଥିଲେ ବରିଷ୍ଠ ଅଭିନେତା ଶିବକୁମାରଙ୍କ ସାନ ପୁଅ। ତେବେ ପିତା ଅଭିନେତା ଥିବାରୁ କାର୍ତ୍ତିଙ୍କର ମଧ୍ୟ ଅଭିନୟ ପ୍ରତି ଖୁବ୍ ଆଗ୍ରହ ରହିଥିଲା। ତେଣୁ ପିଲାଦିନରୁ ତାଙ୍କ ପିତାଙ୍କ ଠାରୁ ସେ ଅଭିନୟ ଶିଖିଥିଲେ। ଏହାପରେ ସେ ଆୟୁଥା ଏଝୁଥୁ ଚଳଚ୍ଚିତ୍ରରେ ସପୋଟିଂ କ୍ୟରେକ୍ଟର ନଜର ଆସିଥିଲେ। ତା'ପରେ ସେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ପରୁଥିଭିରନ୍ ରିଲିଜ ହୋଇଥିଲା ଯେଉଁଥିରେ ସେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ।
ତେବେ ଏହି ଚଳଚ୍ଚିତ୍ର ତାଙ୍କୁ ଅନେକ ସଫଳତା ଆଣିଦେଇଥିଲା। ଏହାପରେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିବା ପରେ ତିନି ବର୍ଷ ପାଇଁ କାର୍ତ୍ତୀ ବିରତି ନେଇଥିଲେ। ତେବେ ତିନି ବର୍ଷ ପରେ ପୁଣି ସେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ଆଉ ଆଜିବି ତାଙ୍କ ଫିଲ୍ମ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସେ।