ଅଭିନୟ ଜଗତରୁ ବିଦାୟ ନେଲେ ଆଥିଆ ସେଟ୍ଟୀ। ବର୍ତ୍ତମାନ ସେ ବଲିଉଡକୁ ଅଲବିଦା କହିଛନ୍ତି। ତେବେ ଅଥିଆ ଆଉ ଅଭିନୟ କରିବେ ନାହିଁ ବୋଲି କନଫର୍ମ କରିଛନ୍ତି ଆଥିଆଙ୍କ ବାପା ସୁନୀଲ ସେଟ୍ଟୀ। ସେ କହିଛନ୍ତି ଯେ ମୋ ଝିଅ ଆଥିଆ ଆଉ ଫିଲ୍ମ କରିବାକୁ ଚାହୁଁନି। ସେ ବର୍ତ୍ତମାନ ସର୍ବୋତ୍ତମ ଚଳଚ୍ଚିତ୍ରରେ ସେ କାମ କରୁଛି ଯାହା ହେଉଛି ଜଣେ ମାଆର ଭୂମିକା ।
ତେବେ ଆଥିୟା ସେଟ୍ଟୀ ୨୦୧୫ ମସିହାରେ ହିରୋ ଫିଲ୍ମ ମାଧ୍ୟମରେ ଡେବ୍ୟୁ କରିଥିଲେ। ଏହା ପରେ ଆଥିଆ ଚଳଚ୍ଚିତ୍ର ମୁବାରକାନ୍ ୨୦୧୭ରେ କାମ ମଧ୍ୟ କରିଥିଲେ ଏବଂ ଶେଷରେ ଆଥିଆଙ୍କୁ ୨୦୧୯ ଶେଷ ଥର ପାଇଁ ଚଳଚ୍ଚିତ୍ର ମୋଟିଚୋର ଚକ୍ରନାଚରରେ ନୱାଜୁଦ୍ଦିନ ସିଦ୍ଦିକିଙ୍କ ବିପକ୍ଷରେ ଦେଖିବାକୁ ମିଳିଥିଲା। ଏହାପରେ ସେ ଆଉ କୌଣସି ସିନେମାରେ ନଜର ଆସିଥିଲେ। ତେବେ ସେ ଅଭିନୟ କରିଥିବା ସମସ୍ତ ଫିଲ୍ମ ଫ୍ଲପ ହୋଇଥିଲା। ଯାହାକୁ ନେଇ ସେ ଅଭିନୟ କରିବେ ନାହିଁ ବୋଲି ଫ୍ୟାନମାନେ ଭାବୁଚନ୍ତି।