ଭୁୁବନେଶ୍ୱର: କାଳବୈଶାଳୀ ବର୍ଷା ପ୍ରଭାବରୁ ରାଜ୍ୟବାସୀଙ୍କୁ ଭୀଷଣ ଗରମରୁ ଆଶ୍ୱସ୍ତି ମିଳିଛି । ଏହାର ପ୍ରଭାବ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ରହିବ । ଏହି କ୍ରମରେ ଆଗାମୀ ୨୪ ଘଣ୍ଟା ପାଇଁ ୮ ଜିଲ୍ଲାକୁ ବଜ୍ରପାତ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ଏହି ସମୟରେ ଘଡଘଡି ସହ ବର୍ଷା ବି ହୋଇପାରେ ।
ଏହି ୮ ଜିଲ୍ଲା ହେଉଛି ନବରଙ୍ଗପୁର, ରାୟଗଡା, କୋରାପୁଟ, ମାଲକାନଗିରି, କଳାହାଣ୍ଡି, ଗଜପତି, ମୟୂରଭଞ୍ଜ ଓ ବାଲେଶ୍ୱର ରହିଛି । କାଳବୈଶାଖୀ ସମୟରେ ପବନର ବେଗ ଘଣ୍ଟା ପ୍ରତି ୫୦ରୁ ୬୦ କିମି ରହିପାରେ । ସେହିପରି ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି ।
ସୂଚନାଯୋଗ୍ୟ, ଗତକାଲି ରାଜ୍ୟର ଅନେକ ଜିଲ୍ଲାରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିଛି । ବିଶେଷ କରି ରାଜଧାନୀ ଭୁବନେଶ୍ୱରରେ ଏହାର ପ୍ରକୋପ ଅଧିକ ରହିଥିଲା । ପ୍ରବଳ ବର୍ଷା ସହ ବିଜୁଳିର ପ୍ରକୋପ ଦେଖିବାକୁ ମିଳିଥିଲା । ବିଜୁଳି ଯୋଗୁଁ ୩ ଜଣ ଆତହ ହୋଇଥିଲେ ।