ଭୁବନେଶ୍ୱର: ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । ଅପରାହ୍ନ ଚାରିଟାରେ ମାଟ୍ରିକ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରାଯିବା ନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।
ଚଳିତ ବର୍ଷ ପ୍ରଥମ ଥର ପାଇଁ ଓଡ଼ିଆ ଭାଷାରେ ମାଟ୍ରିକ ସାର୍ଟିଫିକେଟ୍ ଉପଲବ୍ଧ ହେବ । ଉଭୟ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ମାଟ୍ରିକ ସାର୍ଟିଫିକେଟ୍ ଉପଲବ୍ଧ ହେବ । ଷ୍ଟେଟ୍ ଓପନ୍ ସ୍କୁଲ ଓ ମଧ୍ୟମା ରେଜଲ୍ଟ ମଧ୍ୟ ପ୍ରକାଶ ପାଇବ । ସମସ୍ତ ଛାତ୍ରଛାତ୍ରୀ ମାଧ୍ୟମିକ ଶିକ୍ଷା ପରିଷଦର ୱେବ୍ ସାଇଟ୍ www.bseodisha.ac.in ରେ ପରୀକ୍ଷା ଫଳ ଦେଖିପାରିବେ । ମନ୍ତ୍ରୀ କହିଛନ୍ତି ଯେବେଠାରୁ ନୂତନ ସରକାର ଆସିଛନ୍ତି ସେବେଠାରୁ ସମସ୍ତ ପରୀକ୍ଷା ସ୍ୱଚ୍ଛତାର ସହ କରିବାକୁ ଚେଷ୍ଟା କରିଛନ୍ତି । ଦୁଇ ବର୍ଷ ଧରି ସ୍ୱଚ୍ଛତାର ସହିତ ପରୀକ୍ଷା ହେଉଛି ।
ଗଣଶିକ୍ଷା ମନ୍ତ୍ରୀ ଆଉ ଏକ ସୂଚନା ମଧ୍ୟ ଦେଇଛନ୍ତି । ମେ ତୃତୀୟ ସପ୍ତାହରେ ଯୁକ୍ତ ଦୁଇ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇବ ।