ଭୁବନେଶ୍ୱର : ରାଜ୍ୟବାସୀଙ୍କୁ ତାତିରୁ ମିଳିଲା ତ୍ରାହି। ରାଜ୍ୟରେ ସକାଳୁ ସକାଳୁ କୋହଲା ପାଗ ଅନୁଭୂତ ହେଉଥିବା ବେଳେ ଦିନରେ ଅସହ୍ୟ ତାତି ଅନୁଭବ କରୁଛନ୍ତି ରାଜ୍ୟବାସୀ। ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରେ ମାଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଆସନ୍ତା ୭ ତାରିଖ ଯାଏଁ ରହିବ କାଳବୈଶାଖୀର ପ୍ରଭାବ। କାଳବୈଶାଖୀ ଯୋଗୁ ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହେବାକୁ ଥିବାବେଳେ ପବନର ବେଗ ୫୦ରୁ ୬୦ କିଲୋମିଟର ଯାଏଁ ବହିପାରେ। ତେବେ କାଳବୈଶାଖୀ ନେଇ ସତର୍କତା ଜାରି ଆଞ୍ଚଳିକ ପାଣିପାଗ ବିଭାଗ।
ଅନ୍ୟପଟେ ୭ ତାରିଖ ପରେ ପୁଣି ତାତି ଅନୁଭୂତ ହେବ। ଏପରିକି ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ହେବ ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଦିନର ତାପମାତ୍ରା ୪୮ ଡିଗ୍ରୀ ଟପିଯିବା ନେଇ ମଧ୍ୟ ସୂଚନା ଦିଆଯାଇଛି। ଝାଞ୍ଜି ପବନ ଓ ତୀବ୍ର ଖରା ଲୋକଙ୍କୁ ଅସ୍ତବ୍ୟସ୍ତ କରିପାରେ। ଯାହାଫଳରେ ଅଂଶୁଘାତର ଆଶଙ୍କା ବଢ଼ିପାରେ। ତେଣୁ ତାତିକୁ ଦୃଷ୍ଟିରେ ପ୍ରଶାସନ ପକ୍ଷରୁ ଅଂଶୁଘାତ ମୁକାବିଲା ପାଇଁ ବ୍ୟବସ୍ଥା କରାଯାଇଛି। ରହସହିତ ବିଭିନ୍ନ ଛକରେ ଜଳଛତ୍ରର ମଧ୍ୟ ବ୍ୟବସ୍ଥା କରାଯାଇଛି।