ଭୁବନେଶ୍ବର: ପୁଣି ଥରେ ଆମ ବସ୍ ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନା ଜଣକ ଜୀବନ ନେଇଛି । ରବିବାର ଅପରାହ୍ନ ସମୟରେ ରାଜଧାନୀ ଭୁବନେଶ୍ୱର ସତସଙ୍ଗ ବିହାରରେ ଆମ ବସ ଧକ୍କାରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି ।
ସତସଙ୍ଗ ବିହାର ନିକଟ ହାଇଓ୍ଵେରେ ରବିବାର ପ୍ରାୟ ୪ଟା ୩୦ରେ ଆମ ବସ୍ ଗୋଟେ ବାଇକକୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ବାଇକ୍ ଚାଳକଙ୍କର ମୃତ୍ୟୁ ହୋଇଛି । ଏହାକୁ ଘଟଣା ସ୍ଥଳରେ ଉତ୍ତେଜନା ,ସୃଷ୍ଟି ହୋଇଛି । ସ୍ଥାନୀୟ ଲୋକେ ଆମ୍ ବସ୍ ଡ୍ରାଇଭରକୁ କାବୁ କରି ପୋଲିସ ଜିମା ଦେଇଛନ୍ତି । ଏହା ସହିତ ତା ପଛକୁ ପଛ ଆସୁଥିବା ଅନ୍ୟ ୮ଟି ଆମ ବସକୁ ଅଟକ ରଖିଛନ୍ତି । ଦୁର୍ଘଟଣାସ୍ଥଳରୁ ଆମ ବସ୍ ଡ୍ରାଇଭରଙ୍କୁ ପୋଲିସ ଅଟକ ରଖିଛି ।