ଭଦ୍ରକ: ଭଦ୍ରକରେ କାଜୁ ବ୍ୟବସାୟୀଙ୍କୁ ଅପହରଣ ଉଦ୍ୟମ । ବିଚ୍ ରାସ୍ତାରୁ ଯୁବକଙ୍କୁ ଉଠାଇ ନେଇଗଲେ ଅପହରଣକାରୀ । ଗୋଡାଇ ଗୋଡାଇ ଧରିବା ସହ ବ୍ୟବସାୟୀଙ୍କୁ ଉଦ୍ଧାର କରିଛି ଭଦ୍ରକ ପୋଲିସ ।
ଭଦ୍ରକ ସହରାଞ୍ଚଳ ଥାନା ଅଧୀନ ପୋଷ୍ଟ ଅଫିସ ଛକ ପେଟ୍ରୋଲ ଟାଙ୍କି ନିକଟରୁ ଜଣେ ଯୁବକଙ୍କୁ ଅପହରଣ ତିନି ଜଣ ବ୍ୟକ୍ତି ଅପହରଣ କରିବାକୁ ଉଦ୍ୟମ କରିଛନ୍ତି । ଯୁବକ ଜଣକ ରାସ୍ତାରେ ଯାଉଥିବା ସମୟରେ ଏକ ବୋଲେରୋ ଗାଡ଼ିରେ କିଛି ଯୁବକ ଆସି ତାଙ୍କୁ ଟେକି ଯାଇଥିଲେ । ଯୁବକଙ୍କ ଜୋତା ଓ ପରିବା ସେହି ସ୍ଥାନରେ ପଡି ରହିଥିଲା । କିଛି ସମୟ ମଧ୍ୟରେ ଭଦ୍ରକ ସହରାଞ୍ଚଳ ଥାନାଧିକାରୀ ପ୍ରଭାଂଶୁ ମିଶ୍ରଙ୍କ ନେତୃତ୍ୱରେ ଏକ ଟିମ୍ ନାକା ବନ୍ଦୀ କରି ଗାଡ଼ିକୁ ଅଟକ ରଖିବା ସହ ଯୁବକଙ୍କୁ ଉଦ୍ଧାର କରିଥିଲେ । ଏଥି ସହିତ ୩ଜଣ ଅପହରଣକାରୀଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି ।
ତେବେ ଟଙ୍କା କାରବାରକୁ ନେଇ ଗଞ୍ଜାମରୁ ଆସି ଭଦ୍ରକରୁ ଅପହରଣ କରିଥିବା ଜଣାପଡିଛି । କାଜୁ ବେପାରରେ ୭୦ ଲକ୍ଷ ଟଙ୍କା ଠକେଇ ପାଇଁ ଅପହରଣ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।