ମୁମ୍ବାଇ ଇଂଡିଆନ୍ସ ଶନିବାର ସନ୍ଧ୍ୟାରେ ଚେନ୍ନାଇ ସୁପର ଚେନ୍ନାଇ ସୁପର କିଙ୍ଗ୍ସ ଠାରୁ ପରାସ୍ତ ହୋଇଛି । ଏହି ମ୍ୟାଚରେ ତିଲକ ବର୍ମା ମାତ୍ର ୫ ରନ କରି ଆଉଟ ହୋଇଥିଲେ ଓ ମୁମ୍ବାଇ ହାରିବା ଦୁଃଖ ମନରେ ଥିବା ବେଳେ ତାଙ୍କର ଏକ ଦାମୀ ବ୍ୟାଣ୍ଡ ଭାଙ୍ଗି ଯାଇଛି ।
୨ ମଇରେ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ କିଛି ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ମୁମ୍ବାଇର ବାମହାତି ବ୍ୟାଟ୍ସମ୍ୟାନ ତିଲକ ବର୍ମା ସଟ୍ ଖେଳୁଥିବାବେଳେ ତାଙ୍କ ହାତରେ ବଲ ବାଜିଥିଲା ଓ ହାତରେ ପିନ୍ଧିଥିବା ଦାମୀ ବ୍ୟାଣ୍ଡ ତଳେ ପଡିଯାଇଥିଲା ।
ମ୍ୟାଚର ପ୍ରଥମ ଇନିଂସରେ ମୁମ୍ବାଇ ବ୍ୟାଟିଂ କରୁଥିବା ସମୟରେ ଏଭଳି ଘଟଣା ଘଟିଥିଲା । ମ୍ୟାଚର ୧୨ ତମ ଓଭରର ଶେଷ ବଲରେ ଜେମି ଓଭରଟନ ବୋଲିଂ କରୁଥିଲେ, ଷ୍ଟ୍ରାଇକରେ ଥିବା ତିଲକ ସ୍କୁପ ସଟ୍ ଖେଳୁଥିବାବେଳେ ବଲ ଆସି ତାଙ୍କ ରିସ୍ଟରେ ଆସି ବଲ ବାଜିଥିଲା । ବଲର ଗତି ଏତେ ଅଧିକ ଥିଲା ଯେ ତାଙ୍କ ରିସ୍ଟରେ ଥିବା ଫିଟନେସ ବ୍ୟାଣ୍ଡ ଭାଙ୍ଗି ତଳେ ପଡିଥିଲା । ଏହି ସମୟରେ ତିଲକ କଷ୍ଟ ଅନୁଭବ କରିଥିଲେ ଓ ଫିଜିଓ ପଡିଆକୁ ଆସିଥିଲେ। ଆଘାତ ଗୁରୁତର ନଥିଲା ଓ ତିଲକ ସୁସ୍ଥ ଥିବା ସହ ତଳେ ପଡିଥିବା ବ୍ୟାଣ୍ଡକୁ ପୁନର୍ବାର ହାତରେ ଲଗାଇଥିଲେ ।
କିଛି ଫ୍ୟାନ୍ସ ଏହାକୁ ଘଣ୍ଟା ବୋଲି ଭାବୁଥିଲେ, କିନ୍ତୁ ଏହା ଘଣ୍ଟା ନୁହେଁ ବରଂ ଫିଟନେସ ବ୍ୟାଣ୍ଡ ଥିଲା । ପଡିଆରେ ଖେଳାଳିଙ୍କ ଫିଟନେସକୁ ଟ୍ରାକ କରିବା ପାଇଁ ଏହି ବ୍ୟାଣ୍ଡକୁ ବ୍ୟବହାର କରାଯାଏ । ଏହି ବ୍ୟାଣ୍ଡର ମୂଲ୍ୟ ୨୫୦୦୦ ରୁ ୩୦୦୦୦ ହଜାର ଟଙ୍କା ହେବ ।