ଆଇପିଏଲ ୨୦୨୬ ରେ ଅରେଞ୍ଜ କ୍ୟାପ ଓ ପର୍ପଲ କ୍ୟାପ ଲଢେଇ ବେଶ ରୋମାଞ୍ଚକର ହୋଇଗଲାଣି। ଚେନ୍ନାଇ ଓ ମୁମ୍ବାଇ ବିପକ୍ଷ ମ୍ୟାଚ ପରେ ଏହି ଦୁଇ ତାଲିକାରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି । ଦିଲ୍ଲୀ କ୍ୟାପିଟାଲ୍ସର ଓପନର କେଏଲ ରାହୁଲ ୯ ଟି ମ୍ୟାଚରେ ୪୩୩ ରନ ସହ ଅରେଞ୍ଜ କ୍ୟାପ ତାଲିକାର ଶୀର୍ଷରେ ଅଛନ୍ତି । ରାଜସ୍ଥାନ ବିପକ୍ଷ ମ୍ୟାଚରେ ୭୫ ରନର ଏକ ଚମତ୍କାର ଇନିଂସ ଖେଳି ଅରେଞ୍ଜ କ୍ୟାପ ପିନ୍ଧିଛନ୍ତି ରାହୁଲ।
ଅରେଞ୍ଜ କ୍ୟାପ୍ ତାଲିକାରେ ଶ୍ରେଷ୍ଠ 5 ବ୍ୟାଟ୍ସମ୍ୟାନ୍
କେଏଲ ରାହୁଲ - ଦିଲ୍ଲୀ କ୍ୟାପିଟାଲ୍ସ - ୪୩୩ ରନ
ଅଭିଷେକ ଶର୍ମା - ସନରାଇଜର୍ସ ହାଇଦ୍ରାବାଦ - ୪୨୫ ରନ
ହେନରିକ କ୍ଲାସେନ୍ - ସନରାଇଜର୍ସ ହାଇଦ୍ରାବାଦ - ୪୧୪ ରନ
ବୈଭବ ସୂର୍ଯ୍ୟବଂଶୀ - ରାଜସ୍ଥାନ ରୟାଲ୍ସ - ୪୦୪ ରନ
ବିରାଟ କୋହଲି - ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ - ୩୭୯ ରନ
ବୋଲିଂ ବିଭାଗରେ, ବେଙ୍ଗାଲୁରୁର ଭୁବନେଶ୍ୱର କୁମାର ଚଳିତ ସିଜିନରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ସେ ବେଙ୍ଗାଲୁରୁ ପାଇଁ ପ୍ରମୁଖ ୱିକେଟ୍ ଟେକର ହେବା ସହ ଭଲ ଇକୋନୋମି ସହିତ ବୋଲିଂ କରୁଛନ୍ତି । ମୁମ୍ବାଇ ବିପକ୍ଷ ପୂର୍ବ ମ୍ୟାଚରେ ଅଂଶୁଲ କମ୍ବୋଜ ୩ ଟି ୱିକେଟ୍ ନେଇ ଭୁବନେଶ୍ୱର କୁମାର ୱିକେଟ୍ ସହିତ ସମାନ କରିଥିଲେ ମଧ୍ୟ ଇକୋନୋମି ଆଧାରରେ ଅଂଶୁଲ ପଛରେ ରହିଯାଇଛନ୍ତି ।
ପର୍ପଲ କ୍ୟାପ୍ ତାଲିକାରେ ଶ୍ରେଷ୍ଠ ୫ ବୋଲର
ଭୁବନେଶ୍ୱର କୁମାର - ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ - ୧୭ ୱିକେଟ୍ (ଇକୋନୋମି: ୭.୫୪)
ଅଂଶୁଲ କାମ୍ବୋଜ - ଚେନ୍ନାଇ ସୁପର କିଙ୍ଗ୍ସ - ୧୭ ୱିକେଟ୍ (ଇକୋନୋମି: ୮.୪୯)
ଜୋଫ୍ରା ଆର୍ଚର - ରାଜସ୍ଥାନ ରୟାଲ୍ସ - ୧୫ ୱିକେଟ୍ (ଇକୋନୋମି: ୮.୬୨)
ଇଶାନ ମାଲିଙ୍ଗା - ସନରାଇଜର୍ସ ହାଇଦ୍ରାବାଦ - ୧୫ ୱିକେଟ୍ (ଇକୋନୋମି: ୯.୧୬)
କାଗିସୋ ରବାଡା - ଗୁଜୁରାଟ ଟାଇଟନ୍ସ - ୧୪ ୱିକେଟ୍ (ଇକୋନୋମି: ୯.୬୫)