ନ୍ୟୁଜିଲାଣ୍ଡ କ୍ରିକେଟ ଟିମ ୧୭ ଏପ୍ରିଲରୁ ବାଂଲାଦେଶ ଗସ୍ତରେ ରହିଛି । ଏହି ଗସ୍ତରେ ୩ ଟି ଦିନିକିଆ ଓ ୩ ଟି ଟି-୨୦ ମ୍ୟାଚ ଥିବାବେଳେ ତିନୋଟିରୁ ୨ ଟି ମ୍ୟାଚ ଜିତି ଦିନିକିଆ ସିରିଜ ଜିତି ସାରିଛି ବାଂଲାଦେଶ । ଟି-୨୦ ସିରିଜର ପ୍ରଥମ ମ୍ୟାଚ ମଧ୍ୟ ଜିତି ସାରିଛି । ଦ୍ଵିତୀୟ ମ୍ୟାଚ ବର୍ଷା ରଦ୍ଦ ହୋଇଥିବାବେଳେ ଆଜି ତୃତୀୟ ଟି-୨୦ ଜିତି ସିରିଜ ଜିତିବାକୁ ଚେଷ୍ଟା କରିବା ବାଂଲାଦେଶ ।
ନ୍ୟୁଜିଲାଣ୍ଡର ଏକାଧିକ ଖେଳାଳି ଚଳିତ ସିଜିନ ଆଇପିଏଲ ଖେଳିଥିବାରୁ ନ୍ୟୁଜିଲାଣ୍ଡ ଦଳ କିଛି ନୂଆ ଖେଳାଳିଙ୍କୁ ଦଳରେ ସାମିଲ କରି ବାଂଲାଦେଶ ଗସ୍ତରେ ରହିଛି । ପ୍ରଥମ ଦିନିକିଆ ମ୍ୟାଚରେ ହେନରୀ ନିକଲ୍ସ (୬୮) ଓ ଡିନ ଫକ୍ସକ୍ରଫ୍ଟଙ୍କ (୫୯) ଅର୍ଦ୍ଧଶତକ ବଳରେ ନ୍ୟୁଜିଲାଣ୍ଡ ୫୦ ଓଭରରେ ୨୪୭ ରନ ସଂଗ୍ରହ କରିଥିଲା । ତସ୍କିନ ଏହମଦ, ଶୋରିଫୁଲ ଇସ୍ଲାମ ଓ ରିସାଦ ହୋସେନ ସର୍ବାଧିକ ୨ ଟି ଲେଖାଏଁ ୱିକେଟ୍ ନେଇଥିଲେ । ବାଂଲାଦେଶର ସେଫ ହୁସେନ (୫୭) ଓ ତୋହିଦ ହ୍ରିଦୋୟ (୫୫) ଅର୍ଦ୍ଧଶତକ କରିଥିଲେ । ବ୍ଲେୟାର ଟିକନର (୪) ଓ ନାଥନ ସ୍ମିଥ (୩) ଙ୍କ ଚମତ୍କାର ବୋଲିଂ ବଳରେ ୨୬ ରନରେ ପ୍ରଥମ ଦିନିକିଆ ଜିତିଥିଲା ନ୍ୟୁଜିଲାଣ୍ଡ । ଏହା ପରେ ଦ୍ଵିତୀୟ ଦିନିକିଆରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୧୯୮ ରନ ସଂଗ୍ରହ କରିଥିଲା ଓ ବାଂଲାଦେଶ ୬ ୱିକେଟ୍ ରେ ବାଜି ମାରିଥିଲା । ତୃତୀୟ ଦିନିକିଆରେ ମଧ୍ୟ ୨୬୬ ରନର ଟାର୍ଗେଟ ସେଟ୍ କରି ୫୫ ରନରେ ମ୍ୟାଚ ଜିତିଥିଲା ବାଂଲାଦେଶ ।
ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ମଧ୍ୟ ବାଂଲାଦେଶ ବିଜୟୀ ହୋଇଛି । ପ୍ରଥମ ମ୍ୟାଚରେ ୧୮୩ ରନର ଲକ୍ଷ୍ୟକୁ ପିଛା କରି ୬ ୱିକେଟ୍ ରେ ବାଜି ମାରିଥିଲା ବାଂଲାଦେଶ । ଦ୍ଵିତୀୟ ଟି-୨୦ ବର୍ଷା ପାଇଁ ରଦ୍ଦ ହୋଇଥିଲା । ତେଣୁ ଆଜିକୁ ଶେଷ ଟି-୨୦ ଜିତିଲେ ବାଂଲାଦେଶ ସିରିଜ ଜିତିବ, ଯଦି ପରାଜିତ ହୁଏ ତେବେ ସିରିଜ ଡ୍ର ରହିବ ।