ଚେନ୍ନାଇ: ଆଜି ଆଇପିଏଲ୍ ୨୦୨୬ର ୪୪ତମ ମ୍ୟାଚ୍ ଚେନ୍ନାଇ ସୁପର କିଙ୍ଗସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ । ଏହି ମ୍ୟାଚ୍ ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ । ଏହି ମ୍ୟାଚ୍ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ କରବ । ମର ପରିସ୍ଥିତି ସୃଷ୍ଟି କରିଛି । ଯଦି ଦଳ ଏହି ମ୍ୟାଚ୍ ଜିତେ ତେବେ ପ୍ଲେ ଅଫ ଦୌଡରେ ତିଷ୍ଠିବ । ହାରିଲେ ଆପାତତଃ ବାଦ୍ ପଡିବ । ଅନ୍ୟପଟେ ଚେନ୍ନାଇ ମଧ୍ୟ ଏହି ମୁକାବିଲା ଜିତି ପ୍ଲେ ଅଫ ଦୌଡରେ ରହିବାକୁ ଚେଷ୍ଟା କରିବ ।
ସିଏସକେ ଓ ଏମଆଇ ଆଇପିଏଲ୍ ଇତିହାସର ସବୁଠୁ ସଫଳ ଟିମ୍ । ଦୁହେଁ ୫-୫ ଟାଇଟଲ୍ ଜିତିଛନ୍ତି । ହେଲେ ଚଳିତ ସିଜିନରେ ଦୁଇ ଟିମର ପ୍ରଦର୍ଶନ ଅତ୍ୟନ୍ତ ନିରାଶଜନକ ରହିଛି । ସିଏକେ ୮ମ୍ୟାଚରେ ୩ଟି ଜିତି ଅଙ୍କ ତାଲିକାରେ ସପ୍ତମରେ ରହିଛି । ଯଦି ଦଳକୁ ପ୍ଲେ ଅଫରେ ପହଞ୍ଚିବାକୁ ହୁଏ ତେବେ ବାକି ୬ଟି ମ୍ୟାଚରୁ ଅତି କମରେ ୫ଟି ଜିତିବାକୁ ପଡିବ । ଏଥିପାଇଁ ନିଜ ଘରେ ଚେନ୍ନାଇ ମୁମ୍ବାଇକୁ ହରାଇବାକୁ ଚେଷ୍ଟା କରିବ ।
ଚଳିତ ସଂସ୍କରଣରେ ଏମଆଇର ପ୍ରଦର୍ଶନ ସିଏସକେଠୁ ଆହୁରି ଖରାପ ରହିଛି । ଏମଆଇ ୮ଟି ଖେଳି ମାତ୍ର ୨ଟି ମ୍ୟାଚ୍ ଜିତିଛି ଏବଂ ଦଳ ପଏଣ୍ଟ ଟେବୁଲରେ ନବମ ସ୍ଥାନରେ ରହିଛି । ହେଲେ ଏମଆଇ ଅନେକ ଥର ଏମିତି ସ୍ଥିତିରୁ ବାହାରି ପ୍ଲେ ଅଫରେ ପହଞ୍ଚି ପାରିଛି । ଏଥର ଯଦି ଦଳକୁ ଫ୍ଲେ ଅଫରେ ପହଞ୍ଚିବାର ଅଛି ତେବେ ବାକି ସବୁ ୬ ମ୍ୟାଚ୍ ଜିତିବାକୁ ପଡିବ । ଆଉ ଏହାର ଆରମ୍ଭ ଚେନ୍ନାଇ ବିପକ୍ଷ ମ୍ୟାଚରୁ କରିବାକୁ ପଡିବ ।
ବଦଲା ନେବ ମୁମ୍ବାଇ
ଏମଆଇ ନିଜର ଘରୋଇ ମାଟିରେ ଚଳିତ ସିଜିନରେ ଚେନ୍ନାଇଠୁ ହାରି ସାରିିଛି । ଏମଆଇ ଏହି ପରାଜୟର ପ୍ରତିଶୋଧ ନେବାକୁ ଚେଷ୍ଟା କରିବ । ଚେନ୍ନାଇ ପାଇଁ ଧୋନି ଏବଂ ମୁମ୍ବାଇ ପାଇଁ ରୋହିତ ଖେଳିବେ କି ନାହିଁ ତାହା ସ୍ପଷ୍ଟ ଜଣା ପଡିନି ।
Also Read: ଆଇପିଏଲ୍ ୨୦୨୬: ତାଙ୍କ ବ୍ୟାଟ୍ ଦେଖାଇଲେ ଜାଡେଜା, ଠେଲି ଦେଲେ କୁଲଦୀପ ଯାଦବ!