୨୦୨୫ ଦିନିକିଆ ମହିଳା ବିଶ୍ୱକପ ଜିତିବା ପରେ ଭାରତୀୟ ମହିଳା ଦଳର ନଜର ଆଇସିସି ୨୦୨୬ ଟି-୨୦ ବିଶ୍ୱକପ ଉପରେ । ତେବେ ଶନିବାର ଭାରତୀୟ ମହିଳା ଚୟନ କମିଟି ୨୦୨୬ ଟି-୨୦ ବିଶ୍ୱକପ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି । ଅଧିନାୟକ ହର୍ମନପ୍ରୀତ କୌରଙ୍କ ନେତୃତ୍ୱରେ ୨୦୨୬ ଟି-୨୦ ବିଶ୍ୱକପ ହାତେଇବା ପାଇଁ ଏହି ୧୫ ଜଣିଆ ଦଳ ପଡିଆକୁ ଓହ୍ଲାଇବ ।
ହର୍ମନପ୍ରୀତ କୌର (ଅଧିନାୟକ), ସ୍ମୃତି ମନ୍ଧାନା (ଉପ-ଅଧିନାୟକ), ଶେଫାଳି ବର୍ମା, ଜେମିମାହ ରୋଡ୍ରିଗ୍ସ, ଭାରତୀ ଫୁଲମାଲି, ଦୀପ୍ତି ଶର୍ମା, ରିଛା ଘୋଷ (ୱିକେଟ୍ କିପର), ଶ୍ରୀ ଚରଣି, ୟସ୍ତିକା ଭାଟିଆ (ୱିକେଟ୍ କିପର), ନନ୍ଦିନୀ ଶର୍ମା, ଅରୁନ୍ଧତୀ ରେଡ୍ଡୀ, ରେଣୁକା ଠାକୁର, କ୍ରାନ୍ତି ଗୌଡ଼, ଶ୍ରେୟଙ୍କା ପାଟିଲ ଓ ରାଧା ଯାଦବ ।
ଆଇସିସି ମହିଳା ଟି-୨୦ ବିଶ୍ୱକପ ଗ୍ରୁପ ଗୁଡିକ
ଗ୍ରୁପ୍ ୧: ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ଭାରତ, ପାକିସ୍ତାନ, ବାଂଲାଦେଶ, ନେଦରଲ୍ୟାଣ୍ଡସ୍
ଗ୍ରୁପ୍ ୨: ୱେଷ୍ଟଇଣ୍ଡିଜ୍, ଇଂଲଣ୍ଡ, ନ୍ୟୁଜିଲ୍ୟାଣ୍ଡ, ଶ୍ରୀଲଙ୍କା, ଆୟର୍ଲାଣ୍ଡ, ସ୍କଟଲ୍ୟାଣ୍ଡ