ଭୁବନେଶ୍ୱର : ରାଜ୍ୟବାସୀଙ୍କୁ ତାତିରୁ ମିଳିଲା ତ୍ରାହି। ଆଜି ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ମାଧ୍ୟମ ଧରଣର ବର୍ଷା। ଆସନ୍ତା ୭ ତାରିଖ ଯାଏଁ ରହିବ କାଳବୈଶାଖୀର ପ୍ରଭାବ। କାଳବୈଶାଖୀ ଯୋଗୁ ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହେବାକୁ ଥିବାବେଳେ ପବନର ବେଗ ୫୦ରୁ ୬୦ କିଲୋମିଟର ଯାଏଁ ବହିପାରେ। ତେବେ କାଳବୈଶାଖୀ ନେଇ ସତର୍କତା ଜାରି ଆଞ୍ଚଳିକ ପାଣିପାଗ ବିଭାଗ। ତେବେ ଆଜି ରାୟଗଡା, ଗଜପତି, ଗଞ୍ଜାମ, ପୁରୀ, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟମ ଧରଣର ବଜ୍ରପାତ ସହ ପବନ ବହିବା ସମ୍ଭାବନା।
ଅନ୍ୟପଟେ ରାଜ୍ୟରେ ବିଗତ ୩ ଦିନ ହେବ କାଳବୈଶାଖୀର ତାଣ୍ଡବ ରହିଛି। ପ୍ରବଳ ବର୍ଷା ପବନ ପ୍ରଭାବରେ ବିଭିନ୍ନ ସ୍ଥାନ ବିଦ୍ୟୁତ ଖୁଣ୍ଟ ଭାଙ୍ଗିବା ସହିତ ଘର ଚାଳ ଛପର ଉଡି ଯାଇଛି। ଏହାସହିତର ରାସ୍ତା ଉପରେ ଉପୁଡି ପଡିଥିଲା ବିରାଟ ବିରାଟ ଗଛ। ଦୀର୍ଘ ସମୟ ଧରି ଠପ୍ ଯାତାୟାତ ହୋଇଯାଇଛି। କେଉଁଠି ବିଜୁଳି ମାରିଥିବା ବେଳେ ଆଉ କେଉଁଠି ହୋର୍ଡିଂ ଖସି ପଡ଼ିଛି। ତେବେ ନୂଆପଡ଼ା ସୁବର୍ଣ୍ଣପୁରରେ ବର୍ଷା ସହ କୁଆପଥର ମାଡ। ବୋଡ଼େନ ବ୍ଲକ ଓ ବିନିକା ବ୍ଲକର ବିଭିନ୍ନ ସ୍ଥାନରେ ଘୂର୍ଣ୍ଣିଝଡ଼ ସହ ଘଡ଼ଘଡ଼ି ବର୍ଷା ଓ କୁଆପଥର ମାଡ଼ ହୋଇଛି। କୁଆପଥର ମାଡରେ ଚାଷୀଙ୍କ ରବିଧାନ ଫସଲ ଓ ପନିପରିବା ଚାଷ ନଷ୍ଟ ହୋଇଯିବା ଆଶଙ୍କାରେ ଚାଷୀ ଭୟଭୀତ ହୋଇଛନ୍ତି।