ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ୍ ଅଧୀନ ୟନ୍ତରା ପଞ୍ଚାୟତ ପାଟପୁର ଗାଁରେ ଦହିବରା ଖାଇବା ପରେ ଘଟିଛି ଚିନ୍ତାଜନକ ଘଟଣା। ଏଠାରେ ୩୦ରୁ ଅଧିକ ଲୋକ, ହଠାତ୍ ଅସୁସ୍ଥ ହୋଇ ପଡିଛନ୍ତି। ଅସୁସ୍ଥଙ୍କ ମଧ୍ୟରେ ୬ରୁ ଅଧିକ ଶିଶୁ ମଧ୍ୟ ଅଛନ୍ତି। ସେମାନଙ୍କୁ ଯାଜପୁର ମେଡିକାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ, ଗତକାଲି ସକାଳୁ ନିକଟସ୍ଥ ଦଶରଥପୁର ପଞ୍ଚାୟତ ତୁଳାଟିଆ ସାହି ଗ୍ରାମର ଜଣେ ବହିବରା ବ୍ୟବସାୟୀଙ୍କ ଠାରୁ ପାଟପୁର ଗ୍ରାମର ଶତାଧିକ ଲୋକେ ବହିବରା ଖାଇଥିଲେ, ଖାଇବାର କିଛି ସମୟ ପରେ ଗତକାଲି ଅପରାହ୍ନରୁ ପେଟରେ ଯନ୍ତ୍ରଣା ଅନୁଭବ ହୋଇଥିଲା, ତା ପରେ ଝାଡା, ବାନ୍ତି, ପେଟ ଦରଜ ହେବାରୁ ଜଣକ ପରେ ଜଣେ ଅସୁସ୍ଥ ହୋଇ ନିକଟସ୍ଥ ଦଶରଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ସେଠାରେ ଲୋକଙ୍କ ଅବସ୍ଥା ଗୁରୁତର ହେବାରୁ ଏବଂ ଆବଶ୍ୟକ ସଂଖ୍ୟକ ଶଯ୍ୟାର ବ୍ୟବସ୍ଥା ନଥିବାରୁ ୩୦ ରୁ ଅଧିକ ଲୋକଙ୍କ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ଖବର ପାଇ ସିଡ଼ିଏମଓ ବିଜୟୀ କୁମାର ମିଶ୍ର ସେଠାରେ ଉପସ୍ଥିତ ରହି ସ୍ଥିତିର ସମୀକ୍ଷା କରୁଛନ୍ତି। ଏହି ଘଟଣା ପରେ ଗାଁରେ ଆତଙ୍କର ପରିସ୍ଥିତି ସୃଷ୍ଟି ହୋଇଛି। ଖାଦ୍ୟର ଗୁଣମାନ ଓ ପରିଷ୍କାରତା ଉପରେ ପ୍ରଶ୍ନ ଉଠିଛି। ସ୍ୱାସ୍ଥ୍ୟ ବିଭାଗ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଦହିବରାର ନମୁନା ସଂଗ୍ରହ କରାଯାଇଛି।
ଅଧିକ ପଢନ୍ତୁ: ମୋବାଇଲରେ ଆସିଲା କି ‘ଇମର୍ଜେନ୍ସି ଆଲର୍ଟ’; ହୁଅନ୍ତୁ ନାହିଁ ଭୟଭୀତ, ଏହା କେବଳ ପରୀକ୍ଷା ମାତ୍ର