କେନ୍ଦୁଝର: ଜିତୁ ମୁଣ୍ଡାଙ୍କୁ ମିଳିଲା ସରକାରୀ ସହାୟତା । ବାର୍ଦ୍ଧକ୍ୟ ଭତ୍ତା, ଅନ୍ତୋଦୟ ଚାଉଳ ଓ ବିଦ୍ୟୁତ ସଂଯୋଗ ହୋଇଛି ।
ବ୍ୟାଙ୍କରୁ ଭଉଣୀର ଜମା ଟଙ୍କା ପାଇବା ପାଇଁ ମଶାଣୀରୁ କଙ୍କାଳ ଖୋଳି ବ୍ୟାଙ୍କ ସମ୍ମୁଖରେ ରଖିବା ଘଟଣାରେ ଡ଼ିଆନାଳୀ ଗ୍ରାମର ଜିତୁ ମୁଣ୍ଡାଙ୍କୁ ମିଳିଲା ସରକାରୀ ସହାୟତା । ଜିତୁ ମୁଣ୍ଡାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ ସହ ଘରକୁ ବିଦ୍ୟୁତ୍ ସଂଯୋଗ ପାଇଁ ବିଡ଼ିଓ ମାନସ ଦଣ୍ଡପାଟ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିତୁଙ୍କ ଘରକୁ ବିଦ୍ୟୁତ୍ ସଂଯୋଗ କରାଯାଇଛି । ଏଥିସହ, ଭଉଣୀ କାଲାରା ମୁଣ୍ଡାଙ୍କ ନାମରେ ଥିବା ଅନ୍ତୋଦୟ ରାସନ କାର୍ଡକୁ ଜିତୁ ମୁଣ୍ଡାଙ୍କ ନାମରେ ପରିବର୍ତ୍ତନ କରିବା ସହ ଜିତୁ ମୁଣ୍ଡାଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ମାସିକ ୩୫ କେଜି ଚାଉଳ ମିଳିବ । ଏଥି ସହ ପ୍ରଶାସନ ପକ୍ଷରୁ ୫୦ କେଜି ଚାଉଳ ଯୋଗାଇ ଦିଆଯାଇଛି। ଭଉଣୀର କଙ୍କାଳ ଖୋଳି ଜିତୁ ମୁଣ୍ଡା ବ୍ୟାଙ୍କ କୁ ଟଙ୍କା ପାଇଁ ଯାଇଥିବା ବେଳେ ଏବେ ତାଙ୍କୁ ସହାୟତା ର ସୁଅ ଛୁଟିଛି । ସହାୟତା ରାଶି ଜିତୁ ମୁଣ୍ଡା ଙ୍କ ନାମ ରେ ବ୍ୟାଙ୍କ ଖାତାରେ ଜମା ରଖା ଯାଇଛି।