ନୂଆଦିଲ୍ଲୀ: କେନ୍ଦ୍ରାପଡ଼ା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପୁଣି ଥରେ ପବ୍ଲିକ୍ ଅଣ୍ଡରଟେକିଂ କମିଟି ବା ପିୟୁସିର ଅଧ୍ୟକ୍ଷ ହୋଇଛନ୍ତି । ଚଳିତ ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ସେ ଏହି ଦାୟିତ୍ୱରେ ରହିବେ । ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏହି ନିଯୁକ୍ତି ଦେଇଛନ୍ତି ।
ଗତବର୍ଷ ମେ ୧ ତାରିଖରେ ବୈଜୟନ୍ତୀଙ୍କୁ ପିୟୁସି ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଥିଲା । ତାଙ୍କର କାର୍ଯ୍ୟକାଳ ଏକ ବର୍ଷ ଅର୍ଥାତ୍ ୨୦୨୬ ଏପ୍ରିଲ ୩୦ ଯାଏ ଥିଲା । ଗତକାଲି ତାଙ୍କର କାର୍ଯ୍ୟକାଳ ଶେଷ ହେବା ପରେ ଆଜି ତାଙ୍କୁ ସମାନ ପଦବୀରେ ପୁନଃ ନିଯୁକ୍ତି ମିଳିଛି ।
ପିୟୁସି ପାର୍ଲାମେଣ୍ଟ ଷ୍ଟାଣ୍ଡିଂ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଗତବର୍ଷ ଏହି କମିଟିରେ ସଂସଦର ଉଭୟ ଗୃହରୁ ମୋଟ ୨୨ ଜଣ ସଦସ୍ୟ ଥିଲେ । ଲୋକସଭାରୁ ୧୫ ଜଣ ଏବଂ ରାଜ୍ୟସଭାରୁ ୭ ଜଣ ସଦସ୍ୟ ଥିଲେ ।